ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ : ଏବେବି ଅଛି ରିହାତିର ଆଶା, ଆସନ୍ତା କାଲି ସରକାର ଘୋଷଣା କରିବେ ଗାଇଡଲାଇନ୍

1 min read

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ଏବେ ବି କେଉଁସବୁ ସେକ୍ଟରକୁ କୋହଳ କରାଯିବ ସେନେଇ କୌଣସି ସୂଚନା ଦେଇ ନାହାଁନ୍ତି । ବାସ୍ତବରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବେ ଚାଷୀଙ୍କ ସମସ୍ୟାକୁ କମ୍ କରିବାକୁ ଉଦ୍ୟମ କରୁଛନ୍ତି । ତେବେ କେଉଁ ବିଭାଗକୁ କୋହଳ କରାଯିବ ସେନେଇ ଆସନ୍ତାକାଲି ସରକାରଙ୍କ ଦ୍ୱାରା ନିର୍ଦ୍ଦେଶାବଳୀ ପ୍ରକାଶ ପାଇବ।

ବାସ୍ତବରେ ଦେଶରେ ୨ୟ ଥରର ଲକଡାଉନରେ ଅନେକ ବିଭାଗ କୋହଳ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ ଏନେଇ କୌଣସି ଘୋଷଣା କରିନାହାଁନ୍ତି । ତେବେ ଆସନ୍ତାକାଲି ସରକାର ଏକ ଗାଇଡଲାଇନ ପ୍ରକାଶ କରିବେ ବୋଲି ସେ କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ କେଉଁ ସେକ୍ଟରକୁ ରିହାତି ମିଳିବ ତାକୁ ନେଇ  ଆଶା ଏପର୍ଯ୍ୟନ୍ତ ମଧ୍ୟ ରହିଛି । ଆସନ୍ତାକାଲି କେଉଁ ସେକ୍ଟରରେ ଏବଂ ସରକାର କେତେ କୋହଳ କରିବେ ତାହା ଗାଇଡଲାଇନରେ ପ୍ରକାଶ ପାଇବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନିର୍ଦ୍ଦେଶାବଳୀ ଖୁବ ଶୀଘ୍ର ପ୍ରକାଶ ପାଇବ। ସେ କହିଛନ୍ତି ଯେ ଏହା ପ୍ରଧାନମନ୍ତ୍ରୀଙ୍କ ଭାଷଣ  ଦୂରଦୃଷ୍ଟି ସମ୍ପନ୍ନ ଏବଂ ସମ୍ବେଦନଶୀଳ ଥିଲା । ଏହା ଭାରତର ଲୋକଙ୍କ ସହ ଏକ ସଂଳାପ ଥିଲା । ସେ ସାତୋଟି ପ୍ରସଙ୍ଗରେ ଲୋକଙ୍କ ସମର୍ଥନ ଲୋଡିଥିଲେ ।

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.