ଗରିବ ଲୋକଙ୍କ ଆକାଉଣ୍ଟକୁ ସାଢେ ସାତ ହଜାର ଟଙ୍କା ଟ୍ରାନସ୍ଫର କରିବାକୁ ଦାବି କଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପୁଣି ଥରେ ପିପିଇ କିଟ୍ ଉପରେ ପ୍ରଶ୍ନ ଉଠାଇଛନ୍ତି  । କଂଗ୍ରେସ କାର୍ଯ୍ୟକାରୀଣି କମିଟି ତଥା ସିଡବ୍ଲ୍ୟୁସି ବୈଠକରେ ଖରାପ ପିପିଇ ଏବଂ ପିପିଇ କିଟ୍ ଅଭାବକୁ ନେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଦେଶରେ ତୀବ୍ର ବେଗରେ ବଢୁଥିବା କୋରନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକ ପରୀକ୍ଷଣର ଆବଶ୍ୟକତା ରହିଥିବା ବେଳେ କମ୍ ସଂଖ୍ୟକ ପରୀକ୍ଷଣକୁ ନେଇ ସେ ପ୍ରଶ୍ନ କରିଛନ୍ତି । ସେ ଏ ବିଷୟରେ କେନ୍ଦ୍ର ସହ କଥା ହୋଇଥିଲେ ମଧ୍ୟ କେନ୍ଦ୍ର ଏନେଇ କୌଣସି ପଦକ୍ଷେପ ନେଉ ନଥିବା କହିଛନ୍ତି ସୋନିଆ ।

କେବଳ ସେତିକି ନୁହେଁ ବୈଠକରେ ସୋନିଆ ଗାନ୍ଧି ଦାବି କରିଛନ୍ତି ଯେ, ଗରିବ ଓ କୃଷକ ମାନଙ୍କ ଆକାଉଣ୍ଟରେ ସାଢେ ସାତ ହଜାର ଲେଖାଏଁ ଟଙ୍କା ଦିଆଯିବା ଉଚିତ୍, କାରଣ ଲକଡାଉନର ଏଭଳି ସ୍ଥିତିରେ ତାଙ୍କ ପାଖରେ ଖାଇବାକୁ ଉପଯୁକ୍ତ ମାତ୍ରାରେ ଖାଦ୍ୟ ନାହିଁ । ଏହାସହ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ସେ କହିଛନ୍ତି । ତେବେ ପ୍ରବାସୀ ଶ୍ରମିକ ଏବେ ବି ଫସି ରହିଛନ୍ତି ଏବଂ ଏବେ ନା ସେମାନଙ୍କ ପାଖରେ ଅର୍ଥ ଅଛି ନା ଖାଇବାକୁ ଦାନା  । ସେଥିପାଇଁ ଏକ୍ଷେତ୍ରରେ ସରକାର ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି ।

Leave a Reply