WHO: ବିଶ୍ୱର ଶେଷ ମହାମାରୀ ନୁହେଁ କରୋନା

1 min read

ଗତ କିଛି ମାସ ହେବ ବିଶ୍ୱରେ ତାଣ୍ଡବ ରଚିଛି କରୋନା ଭୂତାଣୁ ମହାମାରୀ । ଜନଜୀବନ ଉପରେ ବେଶ୍ କୁପ୍ରଭାବ ପକାଇବା ସହିତ ମାନସିକ ଏବଂ ଶାରୀରିକ କଷ୍ଟ ଦେଉଛି । ତେବେ ଏହି ମହାମାରୀ ସାମ୍ନାକୁ ଆସିଛି WHOର ବୟାନ୍ ।

WHOର କହିବା ଅନୁଯାୟୀ ବିଶ୍ୱରେ ଶେଷ ମହାମାରୀ ନୁହେଁ କରୋନା । ପୁଣିଥରେ ବିଶ୍ୱରେ ସାଂଘାତିକ ମହାମାରୀ ବ୍ୟାପିପାରେ । ସାରା ବିଶ୍ୱକୁ ଏଭଳି ଚେତାବନୀ ଦେଇଛନ୍ତି WHOର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗ୍ରାବେସିସ୍ । ସୋମବାରକୁ ଜେନିଭାର ଏକ ପ୍ରେସ୍ ବିଜ୍ଞପ୍ତିରେ ଟେଡ୍ରୋସ୍ କହିଛନ୍ତି କି କରୋନା ଦୁନିଆର ଶେଷ ମହାମାରୀ ନୁହେଁ । ତେଣୁ ଆଗକୁ ଆସୁଥିବା ମହାମାରୀକୁ ସାମ୍ନା କରିବାକୁ ସମସ୍ତ ଦେଶ ପ୍ରସ୍ତୁତ ରୁହନ୍ତୁ ।

ଏଥିପାଇଁ ପ୍ରତ୍ୟେକ ଦେଶ ନିଜର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି । ସମସ୍ତେ ମିଳିମିଶି ମହାମାରୀ ବିରୋଦ୍ଧରେ ଲଢିବାର ଅଛି । ଏହା ସହିତ ଔଷଧ କ୍ଷେତ୍ରରେ ଅଧିକ ନିବେଶ କରିବାକୁ ହେବ । କରୋନା ମହାମାରୀ ଏବେ ପୁରା ଦୁନିଆରେ କାୟା ବିସ୍ତାର କରିସାରିଛି । ବିଶ୍ୱରେ ୨.୭୧କୋଟି ଲୋକ କରୋନା ଆକ୍ରାନ୍ତ ହୋଇସାରିଲେଣି । ପ୍ରତିଦିନ ମଧ୍ୟ ଲକ୍ଷଲକ୍ଷ ନୂଆ ସଂକ୍ରମିତ ହେଉଛନ୍ତି । ଏହାସହ ୮ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି କରୋନା । ୨୦୧୯ରୁ ଆରମ୍ଭ ହୋଇଥିବା କରୋନା ଭାଇରସର ପ୍ରଭାବ ଏବେ ଯାଏଁ ରହିଛି । କେତେକ ଦେଶରେ ଏହାର ଭୟାବହତା ଏବେ ମଧ୍ୟ ବଢିବାରେ ଲାଗିଛି । ଆଗକୁ କରୋନା ପରି ଆହୁରି ମଧ୍ୟ ଭାଇରସ୍ ଆସିପାରେ । ତେଣୁ ଏହାକୁ ମୁକାବିଲା କରିବାକୁ ସମସ୍ତେ ପ୍ରସ୍ତୁତ ରୁହନ୍ତୁ ବୋଲି ଟେଡ୍ରୋସ୍ କହିଛନ୍ତି ।

Leave a Reply