କରୋନା ପ୍ରଭାବ: ଏକାଠି ହୋଇପାରିବେନି ୫ଜଣ ଲୋକ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଏହାସହ ବିଭିନ୍ନ ପର୍ଯ୍ୟଟନୀସ୍ଥଳି ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏବଂ ଏହି ସଂକ୍ରମଣକୁ ରୋକିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ତତ୍ପର ହୋଇ ଉଠିଛନ୍ତି ।

ସଂକ୍ରମଣ ରୋକିବାକୁ ଯାଜପୁରରେ ୧୪୪ ଧାରା ଲାଗୁ କରାଯାଇଛି । ନିୟମ ଉଲ୍ଲଘ୍ନନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାଜପୁରରେ ମାଆ ବିରଜାଙ୍କ ଦର୍ଶନ ପାଇଁ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସନ୍ତି । ତେବେ ପର୍ଯ୍ୟଟକଙ୍କ ଗାଡ଼ି କୁଆଖିଆଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଆସନ୍ତା ୨୧ ତାରିଖରେ ହେବାକୁ ଥିବା ମହାବାରୁଣୀ ସ୍ନାନକୁ ରଦ୍ଦ କରିଛି ଜିଲ୍ଲା ପ୍ରଶାସନ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର କରୋନା ୱାର୍ଡ ପ୍ରସ୍ତୁତ କରାଯାଇଛି।

ଏହି ଧାରା ଅନୁସାରେ ୫ଜଣ ଲୋକ କେଉଁଆଡେ ଜାଇପାରିବ ନାହିଁ କି କୌଣସି ପ୍ରକାର ଏକାଠି ହୋଇପାରିବେ ନାହିଁ । ସେପଟେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲାର ସମସ୍ତ ମଲ୍‌, ଫିଲ୍ମ ହଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମଲେଶ୍ୱରୀ ମନ୍ଦିରରେ ଦର୍ଶନ ପାଇଁ କଟକଣା ଲାଗିଛି । ଆଜିଠୁ ଗମ୍ଭୀରା ଭିତରୁ ଦର୍ଶନ ବନ୍ଦ କରାଯାଇଛି। କାନ୍ଥ ବାଡ, ରେଲିଂ, ପାର୍ଶ୍ୱ ଦେବାଦେବୀଙ୍କୁ ନଛୁଇଁବାକୁ ପରାମର୍ଶ ଦିଆଯାଇଛି । ଏହାସହ ଡିଜିଟାଲ ନନ୍‌ ଟଚ ଥର୍ମୋମିଟରରେ ଶ୍ରଦ୍ଧାଳୁଙ୍କୁ ଯାଞ୍ଚ କରାଯିବ । ସେହିପରି କେନ୍ଦୁଝରରେ ମଧ୍ୟ ୧୪୪ ଧରା ଜାରି କରାଯାଇଛି । ଗତକାଲି ଗଞ୍ଜାମ, ଗଜପତି  ଓ ରାୟଗଡ଼ାରେ ୧୪୪ଧାରା ଜାରି ହୋଇଥିଲା ।

Leave a Reply