୩୧ ହଜାର ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା, ଆମେରିକା ପାଇଁ ଘନଉଛି ବିପଦ

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ବିଶ୍ୱ । ୬ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା । ବିଶ୍ୱର ୧୯୯ ଦେଶରେ କାୟା ମେଲାଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୭ ହଜାର ୭୫୨ରେ ପହଞ୍ଚିଛି । ଏଥିରେ ସାରା ଦୁନିଆରେ ଏଯାବତ୍ ମୋଟ ୩୧ ହଜାର ୭୨୦ ଜଣ ମୃତ୍ୟୁ ବରଣ କଲେଣି । ୧ ଲକ୍ଷ ୩୯ ହଜାର ୨୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

କରୋନା ଭାଇରସରୁ ରକ୍ଷା ପାଇବାକୁ ହେଲେ ଛାଡ଼ନ୍ତୁ ଏହି ୫ ଅଭ୍ୟାସ

ଚୀନର ଉହାନରୁ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଇଟାଲୀ ପରେ ଏବେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଆତଙ୍କ ଖେଳାଇଛି । ଚୀନରେ କରୋନା ଆକ୍ରାନ୍ତଙ୍କ ୮୧ ହଜାର ୪୩୯ରେ ସୀମିତ ଥିବା ବେଳେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି । ବିଶ୍ୱର ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ରହିଛି ଆମେରିକା । ରବିବାର ଅପରାହ୍ଣ ୪ଟା ସୁଦ୍ଧା ଆମେରିକାରେ ୧ ଲକ୍ଷ ୨୪ ହଜାର ୩୭୭ଟି କରୋନା ପଜିଟିଭ୍ ମାମଲା ଆସିଛି । ଦ୍ୱିତୀୟରେ ରହିଛି ଇଟାଲୀ । ଏଠାରେ ୯୨ ହଜାର ୪୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

୨୪ ଘଣ୍ଟାର ରିପୋର୍ଟକୁ ଦେଖିଲେ ଇଟାଲୀ ଅପେକ୍ଷା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତେ ବଢ଼ି ଚାଲିଛି । ତେବେ, ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲଗାଇବାରେ ଆମେରିକା ସଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଇଟାଲୀ ଚକମା ଦେଖାଇପାରିନି । ବିଗତ ୨୪ ଘଣ୍ଟା ମଧ୍ୟରେ ଆମିରେକାରେ ୯୦୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୧୦ ହଜାର ୨୩ରେ ପହଞ୍ଚିଛି । ସେହିଭଳି ଆମେରିକାରେ ମୃତ୍ୟୁ ସଂଖ୍ୟା ୨ ହଜାର ୧୯୦ରେ ପହଞ୍ଚିଛି ।

ଚୀନର ଏକ ଶବଦାହ ଗୃହକୁ ୨ ଦିନରେ ଆସିଲା ୫୦୦୦ ଅସ୍ଥି କଳସ, ମୃତ୍ୟୁ ସଂଖ୍ୟା ଲୁଚାଉଛି କି ଚୀନ?

ବିଶ୍ୱରେ ତାଣ୍ଡବ ରଚୁଥିବା କରୋନା ପ୍ରକୋପରୁ ଭାରତ ବି ବାଦ୍ ପଡ଼ିନି । ଦେଶରେ ୧୦୫୩ଟି କରୋନା ପଜିଟିଭ୍ ମାମଲା ଆସିଛି । ଏଥିସହ ଆଜି ୩ଟି ମୃତ୍ୟୁସହ ଦେଶରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୧୯୬ରେ ପହଞ୍ଚିଥିବା ବେଳେ ଦ୍ୱିତୀୟରେ କେରଳରେ ୧୮୨ ଜଣ ଆକ୍ରାନ୍ତ ରହିଛନ୍ତି ।

ତେବେ, ଓଡ଼ିଶାର ସ୍ଥିତି ସାମାନ୍ୟ ରହିଛି । ରାଜ୍ୟରେ ଏଯାବତ୍ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ବିଶେଷକରି ସାମଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

Leave a Reply