ରାଜ୍ୟରେ କରୋନା ଜନିତ ମୃତ୍ୟୁ ୩୧୪କୁ ବୃଦ୍ଧି

1 min read

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗୁରୁବାରରେ ପୁଣି ୯ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୧୪ରେ ପହଞ୍ଚିଛି । ଗଂଜାମରୁ ୩, କଟକରୁ ୨, ମୟୁରଭଞ୍ଜରୁ ୨, ସୁନ୍ଦରଗଡ଼ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଗୁରୁବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୩ଜଣ ସଂକ୍ରମିତ ହେଉଛନ୍ତି ୭୩ ବର୍ଷିୟ ପୁରୁଷ, ୩୬ ବର୍ଷିୟ ପୁରୁଷ ଏବଂ ଅନ୍ୟଜଣେ ହେଉଛନ୍ତି ୮୨ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏହାସହ କଟକରୁ ମୃତ୍ୟୁ ବରଣ କରିଥିବା ୨ଜଣ ସଂକ୍ରମିତ ହେଉଛନ୍ତି ୨୩ ବର୍ଷିୟ ଓ ୭୨ବର୍ଷିୟ ପୁରୁଷ । ମୟୁରଭଞ୍ଜରୁ ୨ ଜଣ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହୋଉଛନ୍ତି ୬୦ବର୍ଷିୟ ପୁରୁଷ ଓ ୫୮ବର୍ଷିୟ ପୁରୁଷ । ସେହିଭଳି ସୁନ୍ଦରଗଡ଼ରୁ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୮୧ ବର୍ଷିୟ ପୁରୁଷ ଏବଂ କନ୍ଧମାଳରୁ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୬୧ବର୍ଷିୟ ପୁରୁଷ ।

ଅନ୍ୟପଟେ ୩୦ଟି ଜିଲ୍ଲାରୁ ୧୯୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୨୨୫ ଓ ଲୋକାଲ କେସ ୭୫୬ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୨,୬୫୩ରେ ପହଞ୍ଚିଛି । ରାଜ୍ୟରେ ଗୁରୁବାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୬ ହଜାର ୪୭୮ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୮୦୮ଟି ସକ୍ରିୟ ମାମଲା ରହିଛି ।

Leave a Reply