ରାହୁଲଙ୍କ ପରେ ନିର୍ବାଚନ ପ୍ରଚାରକୁ ନେଇ ମମତାଙ୍କ ବଡ଼ ଘୋଷଣା

1 min read
Corona Crisis Mamata Banerjee Will Not Campaign In Kolkata Anymore

କୋଲକାତା: କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗରେ ହେଉଥିବା ବିଧାନସଭା ନିର୍ବାଚନକୁ ଅନେକ ପ୍ରଶ୍ନ ଉଠୁଛି । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଆଗକୁ ନିର୍ବାଚନ ପ୍ରଚାର କରିବେ ନାହିଁ । ଟିଏମସି ସାଂସଦ ଡେରେକ ଓ ବ୍ରାୟନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମମତା ବାନାର୍ଜୀ ଏବେ କୋଲକାତାରେ ନିର୍ବାଚନ ପ୍ରଚାର କରିବେ ନାହିଁ ।

ଡେରେକ ଓ ବ୍ରାୟନଙ୍କ ଅନୁସାରେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ମମତା ବାନାର୍ଜୀ ଆଉ କୋଲକାତାରେ ନିର୍ବାଚନ ପ୍ରଚାର କରିବେ ନାହିଁ । ପ୍ରତୀକାତ୍ମକ ଭାବେ ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ଏପ୍ରିଲ୍ ୨୬ରେ କୋଲକାତାରେ ଗୋଟିଏ ମାତ୍ର ସଭା କରିବେ । ଅନ୍ୟ ସମସ୍ତ ଜିଲ୍ଲାରେ ନିର୍ବାଚନ ରାଲି ସମୟକୁ କମ୍ କରି ୩୦ ମିନିଟ୍ କରି ଦିଆଯାଇଛି ।

Corona Crisis Mamata Banerjee Will Not Campaign In Kolkata Anymore

ଏହା ପୂର୍ବରୁ ମମତା ଚାହୁଁଥିଲେ ନିର୍ବାଚନ ହେବାକୁ ଥିବା ସମସ୍ତ ଫେଜ୍ ମତଦାନ ଏକାଥରକେ ହେଉ । ତେବେ ନିର୍ବାଚନ ଆୟୋଗ ମନା କରି ଦେଇଥିଲେ । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ କରିବାକୁ ଥିବା ସମସ୍ତ ରାଲିକୁ ରଦ୍ଦ କରି ଦେଇଛନ୍ତି । ରାହୁଲ୍ ପଶ୍ଚିମବଙ୍ଗରେ ମାତ୍ର ୨ଟି ରାଲି କରିଛନ୍ତି ।

୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ୮ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ଏବେ ଯାଏ ୫ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ୩ଟି ପର୍ଯ୍ୟାୟ ବାକି ଅଛି । ଷଷ୍ଠ ପର୍ଯ୍ୟାୟରେ ୪୩ ସିଟ୍ ପାଇଁ ଏପ୍ରିଲ୍ ୨୨ରେ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ରାହୁଲ ଓ ମମତାଙ୍କ ନିଷ୍ପତ୍ତିକୁ ନେଇ ରାଜନୀତି ବି ଆରମ୍ଭ ହୋଇଗଲାଣି ।

Leave a Reply