ରାହୁଲଙ୍କ ପରେ ନିର୍ବାଚନ ପ୍ରଚାରକୁ ନେଇ ମମତାଙ୍କ ବଡ଼ ଘୋଷଣା
1 min readକୋଲକାତା: କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗରେ ହେଉଥିବା ବିଧାନସଭା ନିର୍ବାଚନକୁ ଅନେକ ପ୍ରଶ୍ନ ଉଠୁଛି । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଆଗକୁ ନିର୍ବାଚନ ପ୍ରଚାର କରିବେ ନାହିଁ । ଟିଏମସି ସାଂସଦ ଡେରେକ ଓ ବ୍ରାୟନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମମତା ବାନାର୍ଜୀ ଏବେ କୋଲକାତାରେ ନିର୍ବାଚନ ପ୍ରଚାର କରିବେ ନାହିଁ ।
Mamata Banerjee will NOT campaign in Kolkata anymore. Only one ‘symbolic’ meeting on the last day of campaigning in the city on April 26.
Slashes time for all her election rallies in all districts. Restricted to just 30 minutes. #BengalElection2021 #Covid— Derek O'Brien | ডেরেক ও'ব্রায়েন (@derekobrienmp) April 18, 2021
ଡେରେକ ଓ ବ୍ରାୟନଙ୍କ ଅନୁସାରେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ମମତା ବାନାର୍ଜୀ ଆଉ କୋଲକାତାରେ ନିର୍ବାଚନ ପ୍ରଚାର କରିବେ ନାହିଁ । ପ୍ରତୀକାତ୍ମକ ଭାବେ ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ଏପ୍ରିଲ୍ ୨୬ରେ କୋଲକାତାରେ ଗୋଟିଏ ମାତ୍ର ସଭା କରିବେ । ଅନ୍ୟ ସମସ୍ତ ଜିଲ୍ଲାରେ ନିର୍ବାଚନ ରାଲି ସମୟକୁ କମ୍ କରି ୩୦ ମିନିଟ୍ କରି ଦିଆଯାଇଛି ।
ଏହା ପୂର୍ବରୁ ମମତା ଚାହୁଁଥିଲେ ନିର୍ବାଚନ ହେବାକୁ ଥିବା ସମସ୍ତ ଫେଜ୍ ମତଦାନ ଏକାଥରକେ ହେଉ । ତେବେ ନିର୍ବାଚନ ଆୟୋଗ ମନା କରି ଦେଇଥିଲେ । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ କରିବାକୁ ଥିବା ସମସ୍ତ ରାଲିକୁ ରଦ୍ଦ କରି ଦେଇଛନ୍ତି । ରାହୁଲ୍ ପଶ୍ଚିମବଙ୍ଗରେ ମାତ୍ର ୨ଟି ରାଲି କରିଛନ୍ତି ।
कोविड संकट को देखते हुए, मैंने पश्चिम बंगाल की अपनी सभी रैलियाँ रद्द करने का निर्णय लिया है।
राजनैतिक दलों को सोचना चाहिए कि ऐसे समय में इन रैलियों से जनता व देश को कितना ख़तरा है।
— Rahul Gandhi (@RahulGandhi) April 18, 2021
୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ୮ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ଏବେ ଯାଏ ୫ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ୩ଟି ପର୍ଯ୍ୟାୟ ବାକି ଅଛି । ଷଷ୍ଠ ପର୍ଯ୍ୟାୟରେ ୪୩ ସିଟ୍ ପାଇଁ ଏପ୍ରିଲ୍ ୨୨ରେ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ରାହୁଲ ଓ ମମତାଙ୍କ ନିଷ୍ପତ୍ତିକୁ ନେଇ ରାଜନୀତି ବି ଆରମ୍ଭ ହୋଇଗଲାଣି ।