କରୋନା ଭଳି ୧୫୦୦ ମାରାତ୍ମକ ଭାଇରସ୍‌ ଗଚ୍ଛିତ ରଖିଛି ଚୀନ୍‌…!

1 min read

କରୋନା ଭାଇରସ୍‌ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଶ୍ୱରେ ପ୍ରାୟ ୩୦ ଲକ୍ଷ ଲୋକ ଏବେ ଆକ୍ରାନ୍ତ ଥିବା ବେଳେ ୨ ଲକ୍ଷ ଲୋକ କରୋନା ଆକ୍ରାନ୍ତ ଯୋଗୁଁ ମୃତ୍ୟୁ ବରଣ କରିସାରିଲେଣି । ଏହାରି ମଧ୍ୟରେ ଏବେ ଖବର ଆସିଛି, ଚୀନ୍‌ରେ କରୋନା ଭଳି ଆହୁରି ୧୫୦୦ ଭୟଙ୍କର ଭାଇରସ୍‌ ଗଚ୍ଛିତ ଅଛି । ଉହାନ୍‌ ସହରର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ଲ୍ୟାବ୍‌ରେ ହିଁ ଏହି ଭାଇରସ୍‌ ପ୍ରସ୍ତୁତ କରି ରଖାଯାଇଛି ।

ରିପୋର୍ଟ ଅନୁଯାୟୀ, ଚାଇନାର ଏହି ଲ୍ୟାବ୍‌ରେ ୧୫ ଶହରୁ ଅଧିକ ମାରାତ୍ମକ ଭାଇରସ୍‌ ଷ୍ଟକ୍‌ ରହିଛି । ଯାହାର ରିସର୍ଚ୍ଚ ଏବେ ବି ଚାଲିଛି । ଏଥିରୁ ଅନୁମାନ କରାଯାଇପାରିବ ଯେ, ଯଦି କରୋନା ଭଳି ଅନ୍ୟ ଭାଇରସ୍‌ ଲ୍ୟାବରୁ ବାହାରକୁ ଚାଲି ଆସନ୍ତି ତେବେ ମାନବ ଜାତିର ଅବସ୍ଥା କ’ଣ ହେବ ? ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଚୀନ୍‌ ପ୍ରତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଥିବା କ୍ରୋଧ ଅଯଥା ନୁହେଁ ।

ଲ୍ୟାବ୍‌ର ଏକ ବଡ଼ ଫ୍ରିଜ୍‌ ମଧ୍ୟରେ ସବୁ ଭାଇରସ୍‌କୁ ସୁରକ୍ଷିତ ଭାବେ ରଖାଯାଇଛି । ଅନ୍ୟପଟେ ଏହି ଭାଇରସ୍‌କୁ ନେଇ ଏବେ ବି ରିସର୍ଚ୍ଚ ଜାରି ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ସାରା ବିଶ୍ୱକୁ ହାନୀ ପହଞ୍ଚାଇଲା ଭଳି ଏହି ଭାଇରସ୍‌କୁ କାହିଁକି ଗଚ୍ଛିତ ରଖାଯାଇଛି । ଯଦି କୌଣସି କାରଣ ବସତଃ ଏହା ଲିକ୍‌ ହୋଇଯାଏ ତେବେ ବିଶ୍ୱ ପାଇଁ ବଡ଼ ବିପଦ ଆସିପାରେ ।

ବ୍ରିଟିଶ ଗଣମାଧ୍ୟମ, ଦି ଡେଲି ମେଲ୍ ଗ୍ରୁପ୍‌ ପକ୍ଷରୁ ଏହା ଦାବି କରାଯାଇଛି ଯେ, ସେହି ଲାବ୍‌ରେ ୧୫୦୦ ଭାଇରସ୍‌ ଏବେ ବି ମହଜୁଦ୍‌ ରହିଛି । ଉକ୍ତ ଗଣମାଧ୍ୟମ ସଂସ୍ଥାର ଜଣେ ସାମ୍ବାଦିକ, ଲ୍ୟାବ୍‌ର ଭିତର ଫଟୋ ଭାଇରାଲ କରିଛନ୍ତି । ଲ୍ୟାବ୍‌ର ଏଭଳି ଫଟୋ ପୂର୍ବରୁ ମଧ୍ୟ ଭାଇରାଲ ହୋଇଛି । ସେତେବେଳେ ଚୀନ୍‌ର ଏହି ଲ୍ୟାବ୍‌କୁ ଏସିଆର ସବୁଠାରୁ ବଡ଼ ଭାଇରସ୍‌ ବ୍ୟାଙ୍କ ବୋଲି କୁହାଯାଇଥିଲା ।

ବାସ୍ତବରେ ବୁହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ ଏଭଳି ଏକ ଳ୍ୟାବ୍‌ ରହିଛି ଯେଉଁଠି ଅନେକ ମାରାତ୍ମକ ଭାଇରସ୍‌ ଉପରେ ପରୀକ୍ଷଣ କରାଯାଉଛି । ବ୍ରିଟିସ୍‌ ଗଣମାଧ୍ୟମର ଦାବି ଅନୁଯାୟୀ, ଲ୍ୟାବ୍‌ର ଯେଉଁ ଫ୍ରିଜ୍ରେ ଗୁଡ଼ିକରେ ଏଭଳି ମାରାତ୍ମକ ଭାଇରସ୍‌ ରହିଛି, ସେହି ଫ୍ରିଜ୍‌ ଗୁଡ଼ିକର ଲକ୍‌ ଭଙ୍ଗାଯାଇଛି । ଆଉ ସେହି ଫ୍ରିଜ୍‌ ଚାରିପଟେ ଘେରାବନ୍ଦୀ କରାଯାଇଛି ।

ତେବେ ଏଠି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚୀନ୍‌ ନିଜ ଲ୍ୟାବ୍‌ରେ ରଖିଥିବା ୧୫୦୦ ରୁ ଅଧିକ ଭାଇରସ୍‌ ପାଇଁ ଆମେରିକା ମଧ୍ୟ ଦାୟୀ । କାରଣ ବାଦୁଡ଼ି ଉପରେ ରିସର୍ଚ୍ଚ କରିବା ପାଇଁ ଆମେରିକା ଚୀନ୍‌କୁ କହିଥିଲା । ଏଥିପାଇଁ ଗତ ୨୦୧୫ରୁ ଆମେରିକା ଚୀନ୍‌କୁ ଫଣ୍ଡିଂ ମଧ୍ୟ କରୁଛି । ଏନେଇ ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ସ୍ୱୀକାର କରି ସାରିଛନ୍ତି । ଏହି ବାଦୁଡ଼ି ରିସର୍ଚ୍ଚରୁ ହିଁ କୋଭିଡ଼-୧୯ ଭାଇରସ୍‌ ଉତ୍ପନ୍ନ ହୋଇଛି ବୋଲି କୁହାଯାଉଛି ।

Leave a Reply