ନା ପ୍ରଥମ ପର୍ଯ୍ୟାୟ, ନା ଦ୍ୱିତୀୟ ପର୍ଯ୍ୟାୟ, ଏଭଳି ଏକ ଗାଁ, ଯାହାକୁ ଛୁଇଁପାରିନି କରୋନା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଏଭଳି ଏକ ଗାଁ ବିଷୟରେ ଶୁଣିବାକୁ ମିଳିଛି, ଯାହାକୁ କରୋନା ଛୁଇଁପାରିନି । ମଧ୍ୟପ୍ରଦେଶର ବଡ଼ବାନି ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ଗାଁ ହେଉଛି ସେଙ୍ଗାବ । ଏହି ଗାଁର ଜନସଂଖ୍ୟା ପ୍ରାୟ ୨ ହଜାର ୫ ଶହ । କରୋନା ସଂକ୍ରମଣ ଆରମ୍ଭ ହେବାମାତ୍ରା ଗ୍ରାମବାସୀ ଏହାର ସୀମାକୁ ସିଲ କରିଦେଲେ । ଗାଁ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଗଲା । ଏହା ସହିତ ଅଜଣା ବ୍ୟକ୍ତିଙ୍କ ପ୍ରବେଶକୁ ନିଷେଧ କଲେ ଗ୍ରାମବାସୀ ।

 

ଗ୍ରାମ ପଞ୍ଚୟାତ ସରପଞ୍ଚ ଶ୍ରୀରାମ ଯାଦବଙ୍କ କହିବା ଅନୁସାରେ ସତର୍କତା ଏବଂ ସୁରକ୍ଷା ହିଁ କରୋନାରୁ ବଞ୍ଚିବାର ମୂଳମନ୍ତ୍ର । ଯାହାକୁ ପ୍ରମାଣିତ କରିଛି ସେଙ୍ଗାବ ଗାଁ । ଏହି କାରଣରୁ ଗତବର୍ଷର ପ୍ରଥମ ପର୍ଯ୍ୟାୟ ଏବଂ ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ କରୋନା କୌଣସି ଗ୍ରାମବାସୀଙ୍କୁ ଛୁଇଁପାରିନି ।

 

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ଶୁକ୍ରବାର କରୋନା ଭୂତାଣୁ ସଂକ୍ରମଣର ୧୮୫୪ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ସହିତ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୭ ଲକ୍ଷ ୭୫ ହଜାର ୭୦୯ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

Leave a Reply