କରୋନା ବଦଳାଇଦେଲା ଜୀବନର ମୋଡ଼, କରିଦେଲା କୋରିଓଗ୍ରାଫରରୁ ରାସ୍ତା ଗଡ଼ର ଚା ବାଲା
1 min readଗଞ୍ଜାମ: କରୋନା ସଂକ୍ରମଣର ନାଲି କିଟକିଟ ଆଖି ଏବେ ସାରା ପୃଥିବି ଉପରେ ପଡ଼ିଛି । ସେଥିପାଇଁ ଅନେକ କିଛି ବଦଳିିଛି ଏବଂ ଆଗକୁ ବଦଳିବ ମଧ୍ୟ । ଏଇ ୬ ମାସ ଭିତରେ ଅନେକ କିଛି ଘଟିଛି । ଜୀବନ ଜୀବିକା ଘର ଦ୍ୱାର ସବୁ କୁଆଡ଼େ ମିଳେଇଯାଇଛି କରୋନାର କହରରେ । ହେଲେ କରୋନା କହାକୁ ହରାଇଛି ତ ପୁଣି କାହାକୁ ହରାଇବାକୁ ଚାହିଁ ହାରିଯାଇଛି ।
ହାର ଆଉ ଜିତ ଭିତରେ ଘଟିଛି ଅନେକ ହୃଦୟ ବିଦାରକ ଘଟଣା । କରୋନା ଆଣିଲା ଜୀବନରେ ମୋଡ । ଛଡାଇନେଲା ଜୀବିକା । ହେଲେ ହାର ନମାନି ସେ ସୃଷ୍ଟି କରିପାରିଛନ୍ତି ନିଜର ନୂଆ ପରିଚୟ । ଷ୍ଟେଜ୍ ହେଉ ଅବା ରାସ୍ତାକଡ , ଦେଖାଇଛନ୍ତି ନିଜର ଦକ୍ଷତା । ଆଉ ଯୁବପିଢିଙ୍କ ପାଇଁ ସୃଷ୍ଟି କରିପାରିଛନ୍ତି ଉଦାହରଣ ।
କରୋନା ବଦଳାଇଦେଲା ଜୀବନ ଜୀବିକା । ବଦଳାଇ ଦେଇଛି ପରିଚୟ , ବନାଇଦେଇଛି ପ୍ରସିନ୍ଧ କୋରିଓଗ୍ରାଫରରୁ ରାସ୍ତା କଡର ଚା ବାଲା । ଏ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ନୂଆଗାଁ ବୁରୁଝୁରି ଗାଁର ଗୁରୁ ସାଓଲିନ୍ । ଛୋଟ ବୟସରୁ ନୃତ୍ୟ ପ୍ରତି ରୁଚି ରଖିଥିବା ଏହି ବ୍ୟକ୍ତି ଜଣକ ବଲିଉଡ ଓ ଓଲିଉଡରେ ଦିନେ ବେସ୍ ନା କରିପାରିଥିଲେ । ‘ୟେ କୈସା ରିସ୍ତା’ ଓ ‘କୋମାଣ୍ଡୋ-୨’ ଭଳି ବଲିଉଡ୍ ଫିଲ୍ମରେ କୋରିଓଗ୍ରାଫି ମଧ୍ୟ କରିଛନ୍ତି ସେ । ଓଲିଉଡରେ ପ୍ରକୃତି ମିଶ୍ରଙ୍କ ଭଳି ବହୁ ସିନେତାରକାଙ୍କୁ ନୃତ୍ୟ ଶଖାଇଛନ୍ତି ସାଓଲିନ୍ । ହେଲେ ମାୟାନଗରିରୁ ଭିଟାମାଟିକୁ ଫେରିବାକୁ ବାଧ୍ୟ କଲା କରୋନା କଟକଣା ।
ଗାଁରେ ପେଟପୋଷିବା ପାଇଁ ସେ ଆଜି ପାଲଟି ଯାଇଛନ୍ତି ମାଟି ହାଣ୍ଡି ଚା ବାଲା । ମାଟି ହାଣ୍ଡି ଚା ବିକ୍ରୀ କରି ସାଓଲିନ୍ ନିଜର ସଫଳତାକୁ ପ୍ରତିପାଦିତ କରିଛନ୍ତି । ନିଜର ସ୍ବାଦିଷ୍ଟ ଚା ମାଧ୍ୟମରେ ଜିତିପାରିଛନ୍ତି ଗ୍ରାହକଙ୍କ ମନ । ୧୦ ଟଙ୍କାରୁ ଆରମ୍ଭ କାରି ୭୦ ଟଙ୍କା ପର୍ଯ୍ୟନ୍ତ ସ୍ୱାଦିଷ୍ଟ ଚା ପିଇବା ପାଇଁ ଆଝଇ ରାଗପୁର ଆଦର୍ଶ ବିଦ୍ୟାଳୟ ଛକରେ ଲୋକଙ୍କ ଲାଇନ୍ ଲାଗୁଛି ।