ସଂସଦରେ କରୋନା ବିସ୍ଫୋରଣ, ୪୦୦ରୁ ଅଧିକ ସଂକ୍ରମିତ

Corona Blast In Parliament More Than 400 People Covid-19 Positive

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ରୂପ ନେଲାଣି କରୋନା । ସଂସଦ ଭବନର ସଂଖ୍ୟାଧିକ କର୍ମଚାରୀ ହେଲେ କୋଭିଡ୍ ପଜିଟିଭ୍ । ଜାନୁଆରୀ ୬ ଓ ୭ ତାରିଖରେ ସଂସଦ ଭବନରେ କାମ କରୁଥିବା କର୍ମଚାରୀ, ସୁରକ୍ଷାକର୍ମୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ୪୦୦ରୁ ଅଧିକ ଲୋକଙ୍କ ରିପୋର୍ଟ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି ।

ଦେଶରେ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ୯୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂଆ ମାମଲା ଆସିବା ପରେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୪ ଲକ୍ଷ ୭୨ ହଜାର ୧୬୯କୁ ବୃଦ୍ଧି ପାଇଛି ।

ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ୧ ଲକ୍ଷ ୧୭ ହଜାର ୧୦୦ ସଂକ୍ରମଣ ମାମଲା ଆସିଥିଲା । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ବିଗତ ୧୧ ଦିନରେ ଦୈନିକ ସଂକ୍ରମଣ ମାମଲା ୨୧ ପ୍ରତିଶତ ଯାଏ ବଢ଼ିଛି । ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ଦେଶରେ ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୧ ହଜାର ୪୩୪ ମାମଲା ଆସିଛି ।

Leave a Reply