ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌, କର୍ଣ୍ଣାଟକରେ ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁଣି କଡ଼ ଲେଉଟାଉଛି କରୋନା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧୬ ପଜିଟିଭ । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୪ ହଜାର ୧୭୦ । କର୍ଣ୍ଣାଟକରେ ୩ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

କର୍ଣ୍ଣାଟକରେ ଜେଏନ.୧ ଭାରିଆଣ୍ଟ ସଂକ୍ରମଣ ବଢୁଛି । ବେଙ୍ଗାଳୁରୁ ପାଲଟିଛି ହଟସ୍ପଟ । କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟର ସବକମିଟି ବୈଠକରେ ସ୍ଥିତି ସମୀକ୍ଷା କରାଯିବ । କୋଭିଡ ଲହର କାଳରେ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଥିବା ଦିଲ୍ଲୀରେ ପୁଣି କାୟା ମେଲାଉଛି ଭାଇରସ । ଏପରିକି ଦୈନିକ ୩ରୁ ୪ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମହାରଷ୍ଟ୍ର, ଗୋଆ, କେରଳ, ତାମିଲନାଦୁ ଓ ତେଲଙ୍ଗାନାରେ ବି ଦୈନିକ ସଂକ୍ରମଣ ବଢୁଛି ।