ଟ୍ରେନ ଦୁର୍ଘଟଣା: ୨୮୮ ନୁହେଁ, ୨୭୫ ମୃତ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ତଥ୍ୟ କମିଲା । ପୂର୍ବରୁ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ବାଲେଶ୍ବର ଜିଲ୍ଲାପାଳଙ୍କ ତଥ୍ୟକୁ ଆଦାର କରି ମୁଖ୍ୟ ଶାସନ ସଚିବ ଏକଥା କହିଛନ୍ତି ।

ସେ କହିଛନ୍ତି, କେତେକ ମୃତଦେହ ଦୁଇଥର ଗଣତି ହୋଇଥିବାରୁ ସଠିକ ମୃତ୍ୟୁସଂଖ୍ୟା ଜାଣି ହେଉନଥିଲା । ତେବେ ୨୭୫ଜଣଙ୍କ ମୃତ୍ୟୁ ଘଟିଛି । ୭୮ ମୃତଦେହ ଚିହ୍ନଟ କରାଯାଇ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ୧୦ ମୃତଦେହ ଚିହ୍ନଟ ହୋଇଛି ହସ୍ତାନ୍ତର କରାଯିବ । ବାକି ୧୮୭ଟି ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ୩୮୨ ଜଣ ଆହତ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି ।