ଭାରତର ଏହି ୫ଟି ରାଜ୍ୟରେ ପର୍ବପର୍ବାଣି କାରଣରୁ ବଢ଼ିପାରେ କରୋନା ସଂକ୍ରମଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚେତାବନୀ

ନୂଆଦିଲ୍ଲୀ: ଭାରତର ଅନେକ ରାଜ୍ୟରେ ପର୍ବପର୍ବାଣି କାରଣରୁ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଦ୍ରୁତ ଗତିରେ ବଢ଼ୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ । କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ପର୍ବପର୍ବାଣିରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ତେବେ ଗତ ପାଞ୍ଚ ସପ୍ତାହ ମଧ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ହାର ହ୍ରାସ ପାଇଛି ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀରୁ ୪୯.୦୪ ପ୍ରତିଶତ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ପର୍ବପର୍ବାଣି ହେଉଛି ଏହାର ଏକ ବଡ଼ କାରଣ । ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଏହା ଅତ୍ୟନ୍ତ ଚିନ୍ତାର ବିଷୟ ଏବଂ ଆମେ ଏହି ରାଜ୍ୟଗୁଡ଼ିକର ସରକାରମାନଙ୍କ ସହିତ ନିରନ୍ତର ଆଲୋଚନା କରୁଛି ।

ଗତ ୨୪ ଘଣ୍ଟା ମଧ୍ୟରେ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରୋନା କାରଣରୁ ୫୮ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ଘଟିଛି । ଏଥିମଧ୍ୟରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ ଏବଂ କର୍ଣ୍ଣାଟକ ରହିଛି । କିନ୍ତୁ ୫ ସପ୍ତାହ ଧରି ଦେଶରେ କରୋନା ମୃତ୍ୟୁରେ ହ୍ରାସ ଘଟିଛି । ୟୁରୋପୀୟ ଦେଶମାନଙ୍କରେ କରୋନା ଭାଇରସ୍ ପୁଣି ଥରେ ବିପଦ ସୃଷ୍ଟି କରିଛି । ୟୁରୋପର ଦେଶମାନଙ୍କରେ ହଠାତ୍ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି । ନୀତି ଆୟୋଗର ସଦସ୍ୟ ଡ. ଭି.କେ ପାଲ କହିଛନ୍ତି ଯେ ୟୁରୋପର ଅନେକ ଦେଶରେ ଏହି ମହାମାରୀ ଅତି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ କହିଛନ୍ତି ଯେ ୟୁରୋପୀୟ ଦେଶମାନଙ୍କରେ କରୋନା ସଂକ୍ରମଣର ଦ୍ୱିତୀୟଥର ପାଇଁ ବିନାଶକାରି ରୂପ ଦେଖାଇଛି । ଯେଉଁଥିପାଇଁ ଲୋକମାନେ ପୁଣି ଭୟଙ୍କର ରୋଗ ଶିକାର ହେଉଛନ୍ତି । ଏଠାରେ ମହାମାରୀ ପୁଣି ଥରେ ଶିଖରରେ ଛୁଇଁଛି ।

Leave a Reply