spot_img

Latest Posts

ଦଲାଲଙ୍କ କବଜାରେ ମକା ବଜାର: ଫସଲର ଉଚିତ ମୂଲ୍ୟ ମିଳୁ ନଥିବାରୁ ହତାଶ ଚାଷୀ

ଦଲାଲଙ୍କ କବଜାରେ ମକା ବଜାର । ଫସଲର ଉଚିତ ମୂଲ୍ୟ ମିଳୁନଥିବାରୁ ହତାଶ ଚାଷୀ । ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲା ରେ ଭଲ ମକା ଫସଲ ହୋଇଛି । ଭଲ ଦି ପଇସା ରୋଜଗାର ଆଶା ନେଇ ଚାଷୀ ଅନାଇ ରହିଥିବା ବେଳେ ମକା ଅମଳକୁ ଦୁଇ ମାସ ବିତିଯାଇଛି । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଅମଳ ମକା ବିକ୍ରି ହୋଇ ପାରୁନାହିଁ | ମକାର MSP ଦର ପ୍ରାୟ କ୍ୱିଣ୍ଟାଲ ପ୍ରତି ୨୪ ଶହରୁ ଅଧିକ ଟଙ୍କା ରହିଛି । କିନ୍ତୁ ମଣ୍ଡି ବ୍ୟବସ୍ଥା ନଥିବାରୁ କଷ୍ଟ ଉପାର୍ଜିତ ଫସଲ ଦଲାଲ ହାତକୁ ୧୪ ଶହରୁ ୧୫ ଶହ ଟଙ୍କା ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଋଣ କରି ମକା ଚାଷ କରିଥିବା ଚାଷୀ ଅଭାବ ବିକ୍ରିର ଶିକାର ହୋଇ ଋଣ କିଭଳି ପରିଶୋଧ କରିବ ସେନେଇ ଚିନ୍ତାରେ ।

ନବରଙ୍ଗପୁର ଚାଷୀଙ୍କ ଠାରୁ କମ ମୂଲ୍ୟରେ କିଣି ଛତିଶଗଡ଼ରେ ବିକ୍ରି କରି ମାଲେମାଲେ ଦଲାଲ । ଚାଷୀ ଉଚିତ ମୂଲ୍ୟ ପାଇବା ପାଇଁ ଆନ୍ଦୋଳନର ଧମକ ଦେଇଛନ୍ତି । ସେପଟେ ପକୃତରେ ନୁହଁ କାଗଜପତ୍ରରେ ମଣ୍ଡି ଚାଲିଥିବା ଅଭିଯୋଗ କରିଛନ୍ତି ଚାଷୀ । ସମସ୍ୟାର ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଚାଷୀ ।

Latest Posts

Don't Miss