ପିଣ୍ଡି ନଥିବାରୁ ରାସ୍ତା ଉପରେ ଉତ୍ପାଦିତ କପା ଶୁଖାଉଛନ୍ତି ଚାଷୀ

ଉମରକୋଟ : ଖଳା ପାଲଟିଛି ଭାରତମାଳା ରାସ୍ତା । ରାଜପଥରେ ଶୁଖାଯାଇଛି ଉତ୍ପାଦିତ ମକା । ଏହି ରାସ୍ତା ଉପରେ ବସ୍ତାରେ ଭର୍ତ୍ତି କରି ରଖାଯାଉଛି । ଚାଷୀଙ୍କ ପାଇଁ ମକା ଶୁଖାଇବା ପାଇଁ ସ୍ଥାନ ଅଭାବରୁ ରାଜପଥରେ ମକା ଶୁଖାଉଛନ୍ତି ଚାଷୀ । ମକା ଚାଷ ପାଇଁ ଏସିଆ ମହାଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଉମରକୋଟ ଓ ରାଇଘର ଅଞ୍ଚଳ । ନବରଙ୍ଗପୁର ଜିଲ୍ଲାରେ  ୬୫ ହଜାର ହେକ୍ଟର ଜମିରେ ମକା ଚାଷ ହେଉଥିବା ବେଳେ ଉମରକୋଟ ଓ ରାଇଘରରେ ସର୍ବାଧିକ ଜମିରେ ମକା ଚାଷ ହୋଇଥାଏ । ମକା ଉତ୍ପାଦନ ପରେ ଖରାରେ ଶୁଖାଇବାକୁ ଜାଗା ଅଭାବ ପଡୁଥିବା ବେଳେ ଚାଷୀଙ୍କ ପାଖରେ ପଯ୍ୟାପ୍ତ ପରିମାଣରେ ପିଣ୍ଡି ନାହିଁ । ଏଣୁ ଭାରତମାଳା ରାସ୍ତାକୁ ମକା ଶୁଖାଇବା କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଚାଷୀ । ଚାଷୀମାନେ ବହୁ ଦୂରରୁ ମକାକୁ ଆଣି ଏହି ଭାରତମାଳା ରାସ୍ତା ଉପରେ ଶୁଖାଇ ପୁଣି ଥରେ ଘରକୁ ନେଉଛନ୍ତି । ଟ୍ରାନ୍ସପୋଟିଂ ଖର୍ଚ୍ଚ ବଢୁଥିବାରୁ  ମକାରେ ଲାଭ କମ୍ ହେଉଥିବା କହିଛନ୍ତି ଚାଷୀ ।

ମକା ଶୁଖାଇବା ପାଇଁ ପାରମ୍ପରିକ ପଦ୍ଧତିରେ ଖଳା ପ୍ରସ୍ତୁତ କରିବା ବ୍ୟୟ ସାପେକ୍ଷ ଅଟେ ଓ ଶୁଖିବାକୁ ଅଧିକ ସମୟ ଲାଗେ । କଂକ୍ରିଟ ରେ ତିଆରି ଖଳାରେ ମକା ଶୀଘ୍ର ଶୁଖିଯାଉଛି । ନବରଙ୍ଗପୁର ଜିଲ୍ଲାରେ ପ୍ରତି ପଞ୍ଚାୟତରେ ପ୍ରଶାସନ ତରଫରୁ ରହିଥିବା ପିଣ୍ଡି ପର୍ଯ୍ୟାପ୍ତ ହେଉନାହିଁ । ମକା ଶୁଖାଇବାକୁ ଚାଷୀ ଭାରତମାଳା ରାସ୍ତାକୁ ବିକଳ୍ପ ଭାବେ ବାଛି ନେଇଛନ୍ତି। ଆଗକୁ ପୂର୍ଣ୍ଣ ମାତ୍ରାରେ ରାସ୍ତା କାର୍ଯ୍ୟକ୍ଷମ ହୋଇଗଲେ ଚାଷୀ ପୁଣି ଥରେ ମକା ଶୁଖାଇବାକୁ ଅସୁବିଧାରେ ପଡ଼ିବ । ତେଣୁ ମକା ଚାଷୀଙ୍କ ପାଇଁ ଆବଶ୍ୟକ ପରିମାଣରେ ମକା ପିଣ୍ଡି ନିର୍ମାଣ କରିବାକୁ ଚାଷୀ ଦାବି କରିଛନ୍ତି । ଅନେକ ସମୟରେ ଗାଡ଼ିମୋଟର ଚଳାଚଳ କରୁଥିବାରୁ ଚାଷୀ ଦୁର୍ଘଟଣାର ଶିକାର ହେଉଛଥିବା ନଜିର ରହିଛି । ତେଣୁ ମକା ଚାଷୀଙ୍କ ପାଇଁ ଆବଶ୍ୟକ ପରିମାଣରେ ଫୋର୍ଡ ତିଆରି କରିବାକୁ ଦାବି କରିଛନ୍ତି ମକା ଚାଷୀ । ମକା ଚାଷ ପାଇଁ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ରହିଛି ଉମରକୋଟ ଓ ରାଇଘର ଅଞ୍ଚଳ । ତେଣୁ ଏହି ଚାଷୀଙ୍କ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ମକା ପିଣ୍ଡି ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି ।