ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ସହିଦ୍

1 min read

ଜାମ୍ମୁ-କାଶ୍ମୀର: ପୁଲଓ୍ବାମାରେ ପୁଣି ଟେରର ଆଟାକ୍ । ଗାନ୍ଧୀ ଜୟନ୍ତୀରେ ଆତଙ୍କୀ ହମଲା ହୋଇଥିବା ସୂଚନା । କାର୍ତ୍ତବ୍ୟ ସମ୍ପାଦନା କରୁଥିବା ପାଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି  । ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।  ଯବାନ ପାଟ୍ରୋଲିଂ ବେଳେ CRPF ଗାଡ଼ି ଉପରକୁ ଆତଙ୍କବାଦୀ ହମଲା କରିଥିଲେ । ସହିଦ ଯବାନ ଜଣଙ୍କ ହେଉଛନ୍ତି ଜାଭେଦ ଅହମ୍ମଦ ।

କାଶ୍ମୀର ପୋଲିସର କହିବା ମୁତାବକ କାଶ୍ମୀରର ଦକ୍ଷିଣବର୍ତ୍ତୀ ଜିଲ୍ଲା ପିଙ୍ଗଳା ଅଞ୍ଚଳରେ ଘଟିଛି ଆକ୍ରମଣ  । ଯେଉଁ ସମୟରେ ଏକ ପାଟ୍ରୋଲିଂ ଗାଡ଼ି ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରୁଥିଲା, ସେହି ସମୟରେ ଲୁଚି ରହିଥିବା ଆଚଙ୍କବାଦୀ ଗୁଳି ଗୋଳା ବର୍ଷଣ କରିଥିଲେ  । ଜଣ ଯବାନ ସହିଦ ହୋଇଥିବାବେଳେ ଅନ୍ୟଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି  । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  ।