ମାଟି ପାତ୍ରରେ ରୋଷେଇ କରୁଛନ୍ତି କି? ଆପଣଙ୍କ ସହ ବି ହୋଇପାରେ ଏମିତି?

1 min read

ନୂଆଦିଲ୍ଲୀ: ଆପଣ ମାଟି ପାତ୍ରରେ ଖାଦ୍ୟ ତିଆରି କରୁଛନ୍ତି କି? ଯଦି କରୁଛନ୍ତି ତାହାଲେ ସାବଧାନ ହୁଅନ୍ତୁ । କାରଣ ମାଟି ପାତ୍ର ପାଇଁ ଆପଣଙ୍କ ରୋଷେଇ ଘରେ ଦୁର୍ଘଟଣା ଘଟିପାରେ । ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଦର୍ଶାଉଛି ଯେ, ମାଟି ପାତ୍ର କେତେ ଭୟଙ୍କର । ଆପଣ ଠିକରେ ବ୍ୟବହାର କରି ନଜାଣିଲେ ଏହା ଆପଣଙ୍କ ଜୀବନ ବି ନେଇପାରେ ।

ଭାରତରେ ପୂର୍ବରୁ ମାଟି ପାତ୍ରର ବହୁତ ବ୍ୟବହାର ହେଉଥିଲା । ଏଥିପାଇଁ ରୋଗ ବି କମ୍ ଥିଲା । ନନ୍ ଷ୍ଟିକ୍ ଏବଂ ବିଭିନ୍ନ ଧାତୁର ପାତ୍ର ଆସିଲା ପରଠୁ ମାଟିର ଚାହିଦା କମିଗଲା । ଏବେ ପୁଣି ସେଇ ପୁରୁଣା ପାତ୍ରର ବ୍ୟବହାରକୁ ଫେରିଲେଣି ଲୋକେ । ମାଟି ପାତ୍ରରେ ତିଆରି ଜିନିଷ ସୁସ୍ବାଦୁ ଲାଗିବା ସହ ଏହା ସ୍ବାସ୍ଥ୍ୟପାଇଁ ବହୁତ ଭଲ ହୋଇଥିବାରୁ ଏହାର ଚାହିଦା ବଢ଼ୁଛି ।

ଏବେ ମାଟି ପାତ୍ରରେ ରୋଷେଇ କରୁଥିବାର ଏକ ଭିଡିଓ ଆସିଛି । ଯେଉଁଥିରେ ଦେଖାଯାଉଛି ପାତ୍ରରେ ତେଲ ପକାଇ ଭୃଷଙ୍ଗ ପତ୍ର ପକାଇବା ପରେ ପାତ୍ରଟି ଫାଟିଯାଉଛି । ଏବଂ ଘର ସାରା ଧୂଆଁ ଧୂଆଁ ହେଇଯାଉଛି ।

ତେଣୁ ଆପଣ ଯଦି ମାଟି ପାତ୍ରରେ ରୋଷେଇ କରୁଥାନ୍ତି ତାହାଲେ ସାବଧାନତାର ସହ ରୋଷେଇ କରନ୍ତୁ ।

 

View this post on Instagram

 

A post shared by Farha Afreen (@homely_ccorner)

ଜାଣି ରଖନ୍ତୁ ମାଟିପାତ୍ର କିପରି ବ୍ୟବହାର କରିବେ…

ମାଟିପାତ୍ର କିଣିଲା ବେଳୁ ହିଁ ଏହାକୁ ଭଲକରି ଯାଞ୍ଚ କରି କିଣିବା ଆବଶ୍ୟକ । ଓଜନ ଥିବା ମାଟିପାତ୍ର ହିଁ କିଣନ୍ତୁ । ହାଲକା ପାତ୍ର କିଣନ୍ତୁ ନାହିଁ । ହାଲକା ପାତ୍ର ଗରମ ହେଲା ପରେ ଫାଟିବାର ବହୁତ ସମ୍ଭାବନା ଥାଏ ।

କିଣିକି ଘରକୁ ଆଣି ସାରିଲା ପରେ ଏହାକୁ ଏକ ବଡ଼ ପାତ୍ରରେ ପାଣିରେ ଭିଜାଇ ଗୋଟେ ଦିନ ଯାଏ ରଖନ୍ତୁ । ଏମିତି କଲେ ମାଟିରେ ଯାହା ପବନ ଥିବ ତାହା ବାହାରିଯିବ ।

ଏହା ପରେ ଭଲରେ ସଫା କରି ବ୍ୟବହାର କରନ୍ତୁ । ରୋଷେଇ କଲା ପରେ ଏହାକୁ ହାନିକାରକ ଡିଟରଜେଣ୍ଟରେ ଧୁଅନ୍ତୁ ନାହିଁ । ଏହାକୁ ଲୁଣ ଏବଂ ନଢିଆ କତାରେ ସଫା କରନ୍ତୁ । ଏପରି କଲେ ମାଟିରେ ଥିବା ଭଲ ଗୁଣ ନଷ୍ଟ ହେବ ନାହିଁ ।