ଟେକ୍ନିକାଲ ସ୍କୁଲରେ କୁକିଂ କ୍ଳାସ୍: ତାଲିମ ସାଙ୍ଗକୁ ରୋଜଗାର କରୁଛନ୍ତି ଛାତ୍ରଛାତ୍ରୀ

1 min read

ଭୁବନେଶ୍ୱର: ଟେକ୍ନିକାଲ ସ୍କୁଲରେ କୁକିଂ କ୍ଳାସ । ତାଲିମ ସାଙ୍ଗକୁ ରୋଜଗାର କରୁଛନ୍ତି ଭୁବନେଶ୍ୱର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ। କୁକିଂ, ବେକିଂ ଆଉ ସେଲିଂ ଭଳି ଶିକ୍ଷା ଯୋଗାଇଦେଇ ପିଲାଙ୍କୁ କରୁଛି ଆତ୍ମନିର୍ଭର । ପଞ୍ଚତାରକା ହୋଟେଲରେ ସେଫ ହୁଅନ୍ତୁ କିମ୍ବା ନିଜର ବ୍ୟବସାୟ ପ୍ରତିଷ୍ଠାନ ପାଇଁ ମିଳୁଛି ସବୁ ପ୍ରକାରର ପ୍ରଶିକ୍ଷଣ । ତା’ ସାଙ୍ଗକୁ ସୁଦକ୍ଷା ଭଳି ସରକାରୀ ଯୋଜନା ଯୁବତୀଙ୍କୁ କରିଛି ଅଧିକ ପ୍ରୋତ୍ସାହିତ।

ପାଠ ପଢା ସହ ରୋଜଗାରର ସୁଯୋଗ । ସ୍ୱଳ୍ପ ସମୟରେ ଆତ୍ମନିର୍ଭରଶୀଳ ଓ ନିଯୁକ୍ତିର ସୁବିଧା । ସଫଳ କାର୍ଯ୍ୟକାରୀ ହେଉଛି ସୁଦକ୍ଷା ଓ ନାନୋ ୟୁନିକନ ଯୋଜନା  । ସ୍ୱତନ୍ତ୍ର କୋର୍ସ ପ୍ରତି ବଢୁଛି ପିଲାଙ୍କ ଆଗ୍ରହ  । ଆଇ.ଟି.ଆଇ କହିଲେ ମନକୁ ଆସେ ଇଲେକ୍ଟ୍ରିକାଲ, ମେକାନିକାଲ କିମ୍ବା ରୋବରଟିକ୍ସ ପାଠପଢା। ହେଲେ ଭୁବନେଶ୍ୱର ସରକାରୀ ଆଇ ଟି ଆଇ ପିଲାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯୋଗାଇ ଦେଉଛି ହସ୍ପିଟାଲିଟି କୋର୍ସ । ଯେଉଁଥିରେ କୁକିଂ, ବେକିଂ ପାଲଟିଛି ମୁଖ୍ୟ ଆକର୍ଷଣ। ଫାଇଭ ଷ୍ଟାର ହୋଟେଲ କି ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟ ପାନୀୟ ହେଉ କିମ୍ବା ବଜାରରେ ମିଳୁଥିବା ଅତ୍ୟାଧୁନିକ ଖାଦ୍ୟ ସେସବୁର ପ୍ରସ୍ତୁତି ପ୍ରଣାଳୀର ଦିଆଯାଉଛି ପ୍ରଶିକ୍ଷଣ । ୧ବର୍ଷର କୋର୍ସ ସାଙ୍ଗକୁ ତାରକା ହୋଟେଲରେ କାମ ଶିଖିବା ପାଇଁ ଟ୍ରେନିଂ ଫ୍ୟାସିଲିଟି ରହିଛି । ବ୍ୟବସାୟ କରିବା ମଧ୍ୟ ଶିଖାଯାଉଛି ଏହି ପାଠ୍ୟକ୍ରମ। ସେଥିପାଇଁ ଆଇ ଟି ଆଇ ପରିସରରରେ ଖୋଲିଛନ୍ତି କାଉଣ୍ଟର । ପାଠ ପଢିବା ସହ ରୋଜଗାର ବି କରୁଛନ୍ତି ପିଲା  ।

ଭୁବନେଶ୍ୱର ଆଇ ଟି ଆଇ ରାଜ୍ୟର ପ୍ରଥମ ତଥା ଏକମାତ୍ର ପଶୀକ୍ଷଣ କେନ୍ଦ୍ର ଯେଉଠି ପିଲାଙ୍କୁ ଦିଆଯାଉଛି ରୋଷେଇ ସମ୍ବନ୍ଧୀୟ ଶିକ୍ଷା। ରାଜ୍ୟ ସରକାରଙ୍କ ସୁଦକ୍ଷା ଯୋଜନାରେ ମାଗଣା ଶିକ୍ଷା ସହ ଷ୍ଟାଇପେଣ୍ଡର ସୁବିଧା ରହିଛି  । କୋର୍ସ ସରିବା ପରେ ଆତ୍ମନିର୍ଭରଶୀଳ ହେବା ପାଇଁ ପୁଣି ନାନୋ ୟୁନିକନ ଯୋଜନାରେ ରହିଛି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ । ଭୁବନେଶ୍ୱରର କିଛି ଛୋଟ ବଡ଼ ରେଷ୍ଟୁରାଣ୍ଟ ବର୍ତ୍ତମାନ ଆଇ ଟି ଆଇ ପିଲାଙ୍କ ହାତ ତିଆରି ଜିନିଷ କିଣୁଥିବାବେଳେ ଖୁବଶୀଘ୍ର Fssi ଓ BMC ପକ୍ଷରୁ ମିଳିବ ଗୁଣବତ୍ତା ସାର୍ଟିଫିକେଟ

Leave a Reply