‘ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ନେଇ ନହେଉ ବିବାଦ’ : ବିଜେଡି

ଭୁବନେଶ୍ୱର :  ୨୮ରେ ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ଏଥିରେ ସାମିଲ ହେବାକୁ ନେଇ ବିବାଦ କି ରାଜନୀତି ହେବା କଥା ନୁହେଁ ବୋଲି ବିଜେଡି କହିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶର ରାଜନୀତିକୁ ବିଶ୍ଵାସ କରନ୍ତି ।  ସବୁବେଳେ ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ସମର୍ଥନ ଦେଇଆସିଛି  । ପ୍ରସଙ୍ଗ ନେଇ ବିଜେପିକୁ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ କରିଥିବା ଯୋଜନା ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି।

ସେପଟେ ବିଜେଡି କାହିଁକି ସମାରୋହରେ ସାମିଲ ହେବ ସେନେଇ ସ୍ପଷ୍ଟ କରିଥିବା ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି। ଏହା ଏକ ସାମ୍ବିଧାନିକ ଉତ୍ସବ  । ଏଥିରେ ରାଜନୀତି ହେବା ଉଚିତ ନୁହେଁ  । ସମ୍ବିଧାନ ଓ ଲୋକତନ୍ତ୍ରକୁ ସମ୍ମାନ ଦେଉଛି ବିଜେଡି। ସବୁବେଳେ କେଦ୍ର ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛି ଦଳ  । ପ୍ରସଙ୍ଗ ବିହୀନ କଥାକୁ ପ୍ରସଙ୍ଗ କରାଯାଉଛି  । ସାମ୍ବିଧାନିକ ବ୍ୟବସ୍ଥାକୁ ବିଜେଡି ସବୁବେଳେ ସମ୍ମାନ ଦିଏ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।