‘ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ନେଇ ନହେଉ ବିବାଦ’ : ବିଜେଡି
ଭୁବନେଶ୍ୱର : ୨୮ରେ ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ଏଥିରେ ସାମିଲ ହେବାକୁ ନେଇ ବିବାଦ କି ରାଜନୀତି ହେବା କଥା ନୁହେଁ ବୋଲି ବିଜେଡି କହିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶର ରାଜନୀତିକୁ ବିଶ୍ଵାସ କରନ୍ତି । ସବୁବେଳେ ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ସମର୍ଥନ ଦେଇଆସିଛି । ପ୍ରସଙ୍ଗ ନେଇ ବିଜେପିକୁ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ କରିଥିବା ଯୋଜନା ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି।
ସେପଟେ ବିଜେଡି କାହିଁକି ସମାରୋହରେ ସାମିଲ ହେବ ସେନେଇ ସ୍ପଷ୍ଟ କରିଥିବା ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି। ଏହା ଏକ ସାମ୍ବିଧାନିକ ଉତ୍ସବ । ଏଥିରେ ରାଜନୀତି ହେବା ଉଚିତ ନୁହେଁ । ସମ୍ବିଧାନ ଓ ଲୋକତନ୍ତ୍ରକୁ ସମ୍ମାନ ଦେଉଛି ବିଜେଡି। ସବୁବେଳେ କେଦ୍ର ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛି ଦଳ । ପ୍ରସଙ୍ଗ ବିହୀନ କଥାକୁ ପ୍ରସଙ୍ଗ କରାଯାଉଛି । ସାମ୍ବିଧାନିକ ବ୍ୟବସ୍ଥାକୁ ବିଜେଡି ସବୁବେଳେ ସମ୍ମାନ ଦିଏ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।