ସଞ୍ଜୟ ବନାମ କଙ୍ଗନା : କ’ଣ ପାଇଁ ପଙ୍ଗା କ୍ୱିନ୍ କହିଲେ ମୁମ୍ବାଇ ଲାଗୁଛି ପାକ୍ ଅଧିକୃତ କାଶ୍ମୀର ଭଳି ?
1 min readନୂଆଦିଲ୍ଲୀ: ବିବାଦୀୟ କୁଇନ କଙ୍ଗନା ରନୌତ ନିଜର କଡ଼ା ଜବାବ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟ ଅତୀତରେ ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାକୁ ନେଇ ନିଜର ଦୃଢ ମତ ରଖିଥିଲେ କଙ୍ଗନା । ସୁଶାନ୍ତଙ୍କ କୋଟି କୋଟି ପ୍ରଶଂସକଙ୍କ ଭଳି କଙ୍ଗନା ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ମାନିବାକୁ ନାରାଜ । ଯାହାକୁ ନେଇ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଶେୟାର କରି ନିଜର ମତ ପ୍ରକାଶ କରିଛନ୍ତି । ଏହା ସହିତ ବଲିଉଡରେ ଚାଲିଥିବା ନେପୋଟିଜମକୁ ନେଇ ମଧ୍ୟ ସେ ତାଙ୍କର ବୟାନ ବାରମ୍ବାର ଦେଇଛନ୍ତି । ଏବେ କଙ୍ଗନା ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ।
ନିକଟରେ ସଞ୍ଜୟ ରାଉତ ତାଙ୍କ ବୟାନରେ କଙ୍ଗନାଙ୍କୁ କହିଛନ୍ତି କି ଯଦି ମୁମ୍ବାଇରେ ଡର ଲାଗୁଛି ତେବେ ଏଠାକୁ ଆସିବା ଅନୁଚିତ୍ । ଯେଉଁଥିରେ ନିଜର କଡ଼ା ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା । ଏହାକୁ କଙ୍ଗନା ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସେ ଲେଖିଛନ୍ତି କି ପ୍ରଥମେ ମୁମ୍ବାଇ ସଡ଼କରେ ଆଜାଦିର ନାରା ଲଗା ଯାଉଥିଲା ଏବେ ଖୁଲମଖୁଲା ଧମକ ଦିଆଯାଉଛି । ଏହା ସହିତ ସେ ଲେଖିଛନ୍ତି ଯେ, ଏବେ ମୁମ୍ବାଇ ପାକିସ୍ତାନ ଅଧିକୃତ ଅଞ୍ଚଳ ଭଳି କାହିଁକି ଲାଗୁଛି?
Sanjay Raut Shiv Sena leader has given me an open threat and asked me not to come back to Mumbai, after Aazadi graffitis in Mumbai streets and now open threats, why Mumbai is feeling like Pakistan occupied Kashmir? https://t.co/5V1VQLSxh1
— Kangana Ranaut (@KanganaTeam) September 3, 2020
ସୂଚନାଯୋଗ୍ୟ ଏହା ପୂର୍ବରୁ ମୁମ୍ବାଇ ପୋଲିସ୍ କମିଶନର ଏବଂ ମୁମ୍ବାଇ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ କଙ୍ଗନା । ମୁମ୍ବାଇ ସିପି କଙ୍ଗନାଙ୍କ ବିରୁଦ୍ଧରେ କରାଯାଇଥିବା କିଛି ଭୁଲ ବୟାନକୁ ଟ୍ୱିଟରରେ ଲାଇକ କରିଥିଲେ ବୋଲି କଙ୍ଗନା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବେଶ୍ ଯୁକ୍ତିତର୍କ ହୋଇଥିବା ନଜର ଆସିଥିଲା ।