ମାଟିରେ ମିଶିଲା ବୈକୁଣ୍ଠ ଆଶ୍ରମ: ଖଣ୍ଡଗିରି ବିବାଦୀୟ ଆଶ୍ରମକୁ ଭାଙ୍ଗିଲା ପ୍ରଶାସନ
ଭୁବନେଶ୍ବର: ମାଟିରେ ମିଶିଲା ବିବାଦୀୟ ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଆଶ୍ରମ । ବିବାଦୀୟ ଆଶ୍ରମକୁ ଭାଙ୍ଗିଛି ପ୍ରଶାସନ। ସଶସ୍ତ୍ର ପୋଲିସ ବାହିନୀ ଉପସ୍ଥିତିରେ ଭଙ୍ଗାଯାଇଛି ଆଶ୍ରମ। ଆଜି ଓ ଆସନ୍ତାକାଲି ଜାରି ରହିବ ଉଚ୍ଛେଦ ପ୍ରକ୍ରିୟା। ଗତକାଲି ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା ବିଡିଏ। ଆଶ୍ରମ ଖାଲି କରିବା ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ । ଆଜି ସକାଳୁ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରୁ ବିଭିନ୍ନ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ଆଶ୍ରମରୁ ଚୌକି, ଚାନ୍ଦୁଆ, ରୋଷେଇ ଘର ସାମଗ୍ରୀ, ଫ୍ରିଜ, ଏସି, ଡିଜି ସେଟ ଓ ଅନ୍ୟାନ୍ୟ ସାମଗ୍ରୀକୁ ମିନି ଟ୍ରକ ମାଧ୍ୟମରେ ଅନ୍ୟତ୍ର ନିଆଯାଉଥିବା ଦେଖିବାକୁ ମିଳିଥିଲା।
କ୍ରେନ ମାଧ୍ୟମରେ ବଡ଼ ସାମଗ୍ରୀ ସବୁ ଉଠାଯାଇ ଲୋଡ଼ କରାଯାଉଥିବା ଦେଖିବାକୁ ମିଳିଥିଲା। କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ବିବାଦ ପରେ ସରକାରୀ ଜମିରେ ଥିବା ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ । ନଭେମ୍ବର ୨୦ ରେ ଭାଙ୍ଗିବା ପାଇଁ ହୋଇଥିଲା ନିଷ୍ପତ୍ତି । ତେବେ ଆଶ୍ରମ କର୍ତ୍ତୃପକ୍ଷ କୋର୍ଟରୁ ରହିତାଦେଶ ଆଣିବାରୁ ସ୍ଥଗିତ ରହିଥିଲା ଆଶ୍ରମ ଉଚ୍ଛେଦ କାମ । ଜାଲ କାଗଜପତ୍ର ଦାଖଲ କରି ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଏହା ଜଣାପଡିବା ପରେ ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ଏହାପରେ ଆଜି ଆଶ୍ରମ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଥିଲା ।