spot_img

Latest Posts

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବିବାଦୀୟ ବୟାନ

ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ବିବାଦୀୟ ବୟାନ। ରାଜ୍ଯ ପ୍ରାୟୋଜିତ ଅନୁପ୍ରବେଶ ଝାଡଖଣ୍ଡ ଲାଗି ବିପଦ। ଭାରତ ଏକ ଧର୍ମଶାଳା ନୁହେଁ ଯେ, ଯିଏ ପାରିବ ସିଏ ଏହାରି ଭିତରକୁ ଚାଲିଆସିବେ ଓ ବସବାସ କରିବେ ବୋଲି ଶିବରାଜ ସିଂ ଚୌହ୍ବାନ କହିଛନ୍ତି।

ଜେଏମଏମ ସରକାରକୁ ଟାର୍ଗେଟ କରି ସେ କହିଛନ୍ତି, ବାହାର ଲୋକମାନେ ରାଜ୍ଯ ଭିତରକୁ ଚାଲିଆସୁଛନ୍ତି, ଆଦିବାସୀ ଯୁବତୀଙ୍କୁ ଫସାଇ ବିବାହ କରୁଛନ୍ତି। ଏ ଦେଶର ଜମି, ଜଳ, ଜଙ୍ଗଲ, ନଦୀ ଆମର ବୋଲି କହିଛନ୍ତି ଶିବରାଜ। ଆଦିବାସୀବହୁଳ ସାନ୍ତାଳ ପରଗଣାରେ ଆଦିବାସୀଙ୍କ ସଂଖ୍ଯା ୪୪ ପ୍ରତିଶତରୁ ୨୮ପ୍ରତିଶତକୁ ଖସିଆସିଲାଣି। ଯଦି ରାଜ୍ଯରେ ବିଜେପି କ୍ଷମତାକୁ ଆସେ ତେବେ ଏକ ନାଗରିକତ୍ବ ପଞ୍ଜିକା ପ୍ରସ୍ତୁତ ହେବ ଏବଂ ଅନୁପ୍ରବେଶକାରୀଙ୍କୁ ବାହାର କରିଦିଆଯିବ ବୋଲି ସେ କହିଛନ୍ତି । ରାଜ୍ଯରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ଯା ଅଧିକ ହେଉଛି ବୋଲି ଅଭିଯୋଗ କରିଆସୁଛି ବିଜେପି।

 

Latest Posts

Don't Miss