Bigg Boss 14: କେବଳ ସପ୍ତାହେ ପାଇଁ ବିଗ୍ ବସ୍ ଘରକୁ ଆସୁଛନ୍ତି ବହୁ ଚର୍ଚ୍ଚିତ ରାଧେ ମାଆ ! ସାମ୍ନାକୁ ଆସିଲା ଏହି ସତ…

ନୂଆଦିଲ୍ଲୀ: ବିଗ୍ ବସ୍ ୧୪କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ଗୁରୁବାର ସୋ’କୁ ନେଇ କିଛି ଫଟୋ ଭାଇରାଲ ହୋଇଛି । ଫଟୋରେ ବିଗବସ୍ ହାଉସର ଝଲକ ମିଳିବା ସହ ସୋ’ର ହୋଷ୍ଟ ସଲମାନ ଖାନଙ୍କର ମଧ୍ୟ କିଛି ନିଆରା ଇନ୍ଦାଜ ଦେଖିବାକୁ ମିଳୁଛି । କିନ୍ତୁ ଏଥି ମଧ୍ୟରେ କେହି ଯଦି ଲାଇମଲାଇଟ ନେଉଛନ୍ତି ତେବେ ସେ ହେଉଛନ୍ତି ରାଧେ ମାଁ ।

ରାଧେ ମାଆ ଚଳିତ ବର୍ଷ ବିଗ ବସରେ ପ୍ରତିଯୋଗୀ ହୋଇ ଆସୁଛନ୍ତି । ଯଦିଓ ରାଧେ ମାଆଙ୍କର ସୋ’ ରେ ପ୍ରତିଯୋଗୀ ହେବା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରୁଛି କିନ୍ତୁ ଏହା ସହ ଯେ, ରାଧେ ମାଆ ଚଳିତ ବର୍ଷ ବିଗ୍ ବସରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ।

ବିବାଦରେ ଘେରି ରହୁଥିବା ରାଧେ ମାଆ ବିଗ ବସରେ ଦର୍ଶକମାନଙ୍କୁ କେତେ ଏଣ୍ଟରଟେନ୍ କରୁଛନ୍ତି ତାହା ଦେଖିବା ବାକି ରହିଲା । ତେବେ ଲାଟେଷ୍ଟ ଖବର ଅନୁଯାୟୀ ରାଧେ ମାଆ ଦେଶର ସବୁଠୁ ବଡ଼ ରିୟାଲିଟି ସୋରେ ଅଂଶ ଗ୍ରହଣ କରୁଛନ୍ତି ସତ କିନ୍ତୁ ମାତ୍ର ଏକ ସପ୍ତାହ ପାଇଁ ।

ଏକ ନ୍ୟୁଜ ପୋର୍ଟାଲ ମୁତାବକ ରାଧେ ମାଆ ବିଗ୍ ବସକୁ ପ୍ରତିଯୋଗୀ ହିସାବରେ ଆସୁଛନ୍ତି କିନ୍ତୁ ମାତ୍ର ଏକ ସପ୍ତାହ ପାଇଁ । ଏକ ସପ୍ତାହ ପରେ ସେ ଘରୁ ବିଦାୟ ନେବେ । ଯଦି ଏପରି ହୁଏ ତେବେ ରାଧେ ମାଆଙ୍କୁ ଦୀର୍ଘ ସମୟ ପାଇଁ ଦେଖିବାକୁ ଚାହୁଥିବା ବିଗ ବସ୍ ଫ୍ୟାନ ମାନେ ନିଶ୍ଟୟ ନିରାଶ ହେବେ ।

ରାଧେ ମାଆ କାହିଁକି କେବଳ ଏକ ସପ୍ତାହ ପାଇଁ ସୋ’ ରେ ରହିବା ତାହା ସ୍ପଷ୍ଟ ହୋଇପାରିନାହିଁ । ଏମିତିରେ ଏହାକୁ କେବଳ ଏକ ଗୁଜବ ବୋଲି କୁହାଯାଉଛି, ତେବେ ଚ୍ୟାନେଲ ତରଫରୁ ଏହି ଗୁଜବକୁ ନେଇ କିଛି ସ୍ପଷ୍ଟିକରଣ ଦିଆଯାଇନାହିଁ ।

ଏବେ ଏହି ଗୁଜବରେ କେତେ ଦମ ଅଛି ତାହା ତ ସୋ ଆରମ୍ଭ ହେଲେ ଜଣାପଡ଼ିବ । କିନ୍ତୁ ରାଧେ ମାଆଙ୍କ ବିଗ ବସ ହାଉସକୁ ଆସିବା ମେକର୍ସଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇପାରେ । କୁହାଯାଉଛି ଯେ, ରାଧେ ମାଆ ନିଜ ତ୍ରିଶୁଳ ନେଇ ଘର ଭିତରକୁ ଯିବାକୁ ଚାହୁଛନ୍ତି ।

ତେବେ ମେକର୍ସ ମାନଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ, ରାଧେ ମାଆ ଏଭଳି କିଛି ଜିନିଷ ଘର ଭିତରକୁ ନେଇ ଯାଇପାରିବେ ନାହିଁ । ଏମିତିରେ ସେ ମେକର୍ସଙ୍କ କଥା ମାନୁଛନ୍ତି ନା ଦର୍ଶକଙ୍କୁ କିଛି ମଜାଦାର ଦେଖିବାକୁ ମିଳିବ, ତାହା ସମୟ କହିବ । ସୋ’ର କଥା କହିବାକୁ ଗଲେ, ବିଗ୍ ବସ ସିଜିନ ୧୪ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ପ୍ରତିଯୋଗୀଙ୍କ ଲିଷ୍ଟ ମଧ୍ୟ ଫାଇନାଲ ହୋଇସାରିଛି ।

Leave a Reply