ବାଗେଶ୍ବର ପୀଠର ବିବାଦୀୟ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ

1 min read

ଉତ୍ତରାଖଣ୍ଡ : ବାଗେଶ୍ବର ପୀଠର ବାବା ଆଉ ବିବାଦ । ବାଗେଶ୍ବର ଧାମର ପୀଠାଧୀଶ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା । ତୁମେ ମୋର ସାଥ୍ ଦିଅ, ମୁଁ ତୁମକୁ ହିନ୍ଦୁ ରାଷ୍ଟ୍ର ଦେବି ବୋଲି କହିଛନ୍ତି ବିବାଦୀୟ ବାବା ଧୀରେନ୍ଦ୍ର କୃଷ୍ଣ । ଅନ୍ଧବିଶ୍ବାସକୁ ବାବା ଚମତ୍କାର କହୁଥିବା ବେଳେ ଅନେକ ତାଙ୍କୁ ଭଣ୍ଡ ଆଖ୍ୟା ଦେଇଛନ୍ତି ।

ଧର୍ମ, ଚମତ୍କାର ଓ ରାଜନୀତିକୁ ନେଇ ବୟାନ ରଖିଛନ୍ତି ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦ । ଚମତ୍କାରିତା ନାଁରେ ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି ସେ କହିଛନ୍ତି । ଜୋସିମଠରେ ଭୂ-ସ୍ଖଳନ ସ୍ଥିତି ଅତି ସଙ୍ଗୀନ ହେଉଥିବା ବେଳେ ଲୋକଙ୍କ ଧ୍ୟାନ ଭଟକାଇବାକୁ ଏଭଳି କରାଯାଉଛି ବୋଳି ଶଙ୍କରାଚାର୍ଯ୍ୟ କହିଛନ୍ତି ।

ବାଗେଶ୍ବର ଧାମର ବାବା ଯଦି ଚମତ୍କାର କରୁଛନ୍ତି, ତେବେ ଯୋଶୀମଠରେ ପୂର୍ବସ୍ଥିତି ଫେରାଇ ଆଣନ୍ତୁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ସେପଟେ ବାବାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ ଭାଇ ଲୋକେଶ ଗର୍ଗ । ଅମର ସିଂ ନାମକ କେହି ବ୍ୟକ୍ତି ଫୋନରେ ଧମକ ଦେଇଥିବା ଲୋକେଶ ଏତଲାରେ ଉଲ୍ଲେଖ କରିଛନ୍ତି