‘କରୋନା କାଳରେ ମଧୁମେହ ରୋଗୀଙ୍କ ସୁଗାର ନିୟନ୍ତ୍ରଣରେ ନଥିଲେ ବିପଦ’

1 min read

ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍ । ଲୋକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅଭିଜ୍ଞ ଡାକ୍ତର । ଏଣ୍ଡୋକ୍ରାଇନୋଲଜୀ ସହ କରୋନାର ସମ୍ପର୍କ ନେଇ SCBର ଡାକ୍ତର ଅନୁଜ କୁମାର ବଳିଆରସିଂହଙ୍କ ପରାମର୍ଶ । ମଧୁମେହ ରୋଗୀର ବ୍ଲଡ ସୁଗାର ନିୟନ୍ତ୍ରଣରେ ନଥିଲେ ବିପଦ । କରୋନା ସଂକ୍ରମଣର ଭୟ ସମସ୍ତଙ୍କ ପାଇଁ ସମାନ ରହିଛି । ଅନ୍ୟାନ୍ୟ ଅଣସଂକ୍ରାମକ ରୋଗରେ ପୀଡ଼ିତ ଥିଲେ ସ୍ଥଳ ବିଶେଷରେ ହୋମ ଆଇସୋଲେସନରେ ରହିପାରିବେ ରୋଗୀ । ତେବେ ମଧୁମେହ ରୋଗୀ ନିଜକୁ ନିୟନ୍ତ୍ରଣରେ ରଖିବା ଜରୁରୀ । କାରଣ ଡାଇବେଟିସ ରୋଗୀ କୋଭିଡ ସଂକ୍ରମିତ ହୋଇଥିଲେ ସର୍କରାର ସ୍ତର ବଢିଥାଏ । ସେହିପରି ହୃଦରୋଗ ବିଶେଷଜ୍ଞ ମହେନ୍ଦ୍ର କୁମାର ତ୍ରିପାଠୀଙ୍କ ପରାମର୍ଶ, ହୃଦରୋଗୀଙ୍କୁ ଭୂତାଣୁ ସଂକ୍ରମଣ ସମ୍ଭାବନା ଅଧିକ । ଅନ୍ୟ ଜଟିଳ ରୋଗ ନଥିଲେ ମଧୁମେହ ରୋଗୀ ଘରେ ରହିପାରିବେ । ସେହିପରି ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା  କହିଛନ୍ତି, ଡାଏଲିସିସ ଗ୍ରହଣ କରୁଥିବା ରୋଗୀ ସଂକ୍ରମିତ ହେଲେ ସଂକ୍ରମିତ ରୋଗୀ ଡାଏଲିସିସ ନିୟମିତ ନେଇପାରିବେ । ସବୁ କୋଭିଡ ହସପିଟାଲରେ ଡାଏଲିସିସ୍ ବ୍ୟବସ୍ଥା କରାଯାଇଛି । ଏବେ ୧୦ଦିନ ଚିକିତ୍ସା, ୭ଦିନ ନିଜସ୍ୱ ନିରୀକ୍ଷଣ ବ୍ୟବସ୍ଥା ରହିଛି । ମାନସିକ ରୋଗୀଙ୍କ ପାଇଁ ଘରେ ରହିବା ଜରୁରୀ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ । କରୋନା ପାଇଁ ଦିଆଯାଉଥିବା କୌଣସି ଔଷଧ ଖାଆନ୍ତୁ ନାହିଁ । ଡାକ୍ତରଙ୍କ ବିନା ପରାମର୍ଶରେ ଆଜିଥ୍ରୋମାଇସିନ ଖାଇବା ବିପଦ ।

Leave a Reply