ଶିମିଳିପାଳ ହାତୀ ହତ୍ୟାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ, ବିଷ ପିଇ ଚିକିତ୍ସାଧୀନ ଥିଲେ

ବାରିପଦା: ଶିମିଳିପାଳରେ ହାତୀ ଶିକାର ପରେ ପୋଡି ନଷ୍ଟ କରିବା ଘଟଣା । ତଦନ୍ତ ଚାଲିଥିବା ବେଳେ ଜଣେ ଅସ୍ଥାୟୀ ବନ କର୍ମଚାରୀ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବିଷ ପିଇ ଆତ୍ମହତ୍ୟା । ତାଙ୍କୁ ପ୍ରଥମେ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ କରଞ୍ଜିଆ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା ।
ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ହୋଇଛି। ମୃତକ ହେଲେ ବକୁଆ ଗ୍ରାମର ତୁରାମ ପୂର୍ତ୍ତି ।