ଚାଲି ଚାଲି ଘରକୁ ଫେରୁଛନ୍ତି ୧୭ ଶ୍ରମିକ

Contractor denied to give dues, Workers walking towards Home

ସୁବର୍ଣ୍ଣପୁର: ଲକଡାଉନ୍ ପରେ ହାତ ବାନ୍ଧି ବସିଥିଲା ଶ୍ରମିକ । ଆସ୍ତେ ଆସ୍ତେ ଲକଡାଉନ୍ ଖୋଲିବା ସହ ଆରମ୍ଭ ହେଲା ନିର୍ମାଣ କାମ । ଏହାର ସୁଯୋଗ ନେଇ ଠିକାଦାର ଶ୍ରମିକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଠିକାଦାରଙ୍କ ନିର୍ଯାତନା ସହି ନପାରି ଶେଷରେ ଚାଲି ଚାଲି ଘରକୁ ଫେରୁଛନ୍ତି ୧୭ ଜଣ ଶ୍ରମିକ ।

ସୁବର୍ଣ୍ଣପୁର ଜିଲ୍ଲା ବାଇଗନଜୁରୀ ଗାଁରେ କୋଠା ନିର୍ମାଣ ପାଇଁ ଶ୍ରମିକଙ୍କୁ ଜୈନିକ ଠିକାଦାର ଆଣିଥିଲେ । ହେଲେ ଚୁକ୍ତି ମୁତାବକ ଶ୍ରମିକମାନଙ୍କୁ ଖାଇବାକୁ ଠିକ୍ ଭାବେ ନ ଦେବା ସହ ପାଉଣା ଦେଇନଥିଲେ । ଏମିତି କି ଗାଳି କରିବା ସହ ନାନା ନିର୍ଯାତନା ଦେଇଥିବା ଶ୍ରମିକ ଅଭିଯୋଗ କରିଛନ୍ତି ।ଶେଷରେ ଶ୍ରମିକମାନେ ବାଧ୍ୟ ହୋଇ ସୁବର୍ଣ୍ଣପୁରରୁ ଚାଲି ଚାଲି ବାହାରିଛନ୍ତି ଗଞ୍ଜାମ ଜିଲ୍ଲାର ଅଳସୁ ଗାଁକୁ । ସଂକ୍ରମଣ ସମୟରେ ଠିକାଦାରଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave a Reply