କୋଭିଡ୍ ମୃତହେଦ ଦାହ ମାଗୁଛନ୍ତି ଟଙ୍କା, ଶବ ପିଛା ୬ ହଜାର

କଟକ: ଶବ ଉପରେ ମୂଲଚାଲ । ସତ୍କାର ପାଇଁ ଚାଲିଛି ଡିଲ୍ । ଅଡୁଆ ଲାଗୁଥିଲେ ବି ସତ । ଏମିତି ଏକ ଅଡିଓ କ୍ଲିପ୍ ଲାଗିଛି ନନ୍ଦିଘୋଷ ଟିଭି ହାତରେ । କଟକ ସତୀଚଉରାରେ ଶବ ସତ୍କାର ପାଇଁ ଫୋନରେ ଚାଲିଛି ଡିଲ୍ । ଆଉ ଏହି ଡିଲ୍ କରୁଛନ୍ତି ଖୋଦ ଠିକାଦାର । ଏନେଇ ଅଭିଯୋଗ ଆସିବାପରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

Contractor Demands Six Thousand For Cremation Of Covid Dead Body Cuttack

କରୋନାରେ ଆତ୍ମୀୟଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରକୁ ଲୁଟୁଛନ୍ତି କଟକ ସତୀଚଉରା ଶ୍ମଶାନ ଦାୟିତ୍ୱରେ ଥିବା ଲୋକ ? ଆଉ ଏଭଳି ଡିଲ୍ କରୁଛନ୍ତି ଖୋଦ୍ ଠିକାଦାର । କଟକ ଅରୁଣୋଦୟ ମାର୍କେଟ ପାଖରେ ରହୁଥିବା ଦିବ୍ୟ ରଞ୍ଜନ ବେହେରାଙ୍କ କରୋନାରେ ଦେହାନ୍ତ ହୋଇଥିଲା । ତାଙ୍କର ମୃତଦେହକୁ ଦାହ କରିବା ପାଇଁ ପରିବାର ଲୋକେ କଟକ ସତୀଚଉରା ଶ୍ମଶାନକୁ ଯୋଗାଯୋଗ କରିବାରୁ ଠିକାଦାର କରିଥିଲେ ଏମିତି ଡିଲ୍ । ସରକାର କରୋନା ରୋଗୀଙ୍କୁ ନିଃଶୁଳ୍କ ଦାହ କରିବାକୁ ବ୍ୟବସ୍ଥା କରିଥିଲେ ସୁଦ୍ଧା ଏମିତି ଭାବେ ଟଙ୍କା ନେଇ ଲୁଟୁଛନ୍ତି ଠିକାଦାର । ତେବେ ଘଟଣା ପଦକୁ ଆସିବା ପରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

Contractor Demands Six Thousand For Cremation Of Covid Dead Body Cuttack

ରାଜ୍ୟ ସରକାର ଜନ୍ମ ଠାରୁ ମୃତ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି । ଏଥିସହ କୋଭିଡରେ ମୃତ୍ୟୁ ହେଲେ ଶବ ସତ୍କାର ପାଇଁ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି । ଏହା ସତ୍ତ୍ୱେ କିଛି ଦଲାଲ ଲୋକଙ୍କ ଦୁର୍ଦ୍ଦିନର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ । ସେପଟେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ସତୀ ଚଉରା ଶବଦାହ ପାଇଁ ଟେଣ୍ଡର ନେଇଥିବା ଠିକାଦାର ବିଭୁତି ରାୟ ।

Leave a Reply