ଏସଟିଏଫ ପଞ୍ଝାରେ ଗଞ୍ଜେଇ ମାଫିଆ, ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
1 min read
ଖୋର୍ଦ୍ଧା: ଏସଟିଏଫ ପଞ୍ଝାରେ ଗଞ୍ଜେଇ ମାଫିଆ । କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା STF । ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଚନ୍ଦକା ରୋଡ଼ ଲତା ଭୁଆସୁଣୀ ମନ୍ଦିର ନିକଟରେ ଚଢାଉ କରାଯାଇଥିଲା ।
ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ଚଢ଼ାଉ କରିଥିଲା। ଏକ କାରରେ ୩ ଜଣ ଯାଉଥିବା ବେଳେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ୩ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ଅକ୍ଷୟ କୁମାର ବିନ୍ଧାଣୀ, ବିକ୍ରମ କୁମାର ବେହେରା ଓ କୁକୁନା ବେହେରା। ନିଶା ଚାଲାଣରେ ବ୍ୟବହୃତ କାରଟିକୁ ମଧ୍ୟ ଜବତ କରାଯାଇଛି । କେସ ନମ୍ବର ୨ , NDPS ଦଫାରେ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।