ଛୋଟ ଭୁଲ୍ ପାଇଁ ହାତରୁ ଖସିଗଲା ୬ ଲକ୍ଷ ୪୦ହଜାର

1 min read

ନିକଟରେ କୌନ୍ ବନେଗା କରୋଡ଼ପତି ସିଜନ ୧୧ ରେ ଟେଲିକାଷ୍ଟ ହୋଇଥିବା ଏକ ଏପିସୋଡ ଖୁବ ଚର୍ଚ୍ଚା ସାଉଁଣ୍ଟୁଛି। ହୋଷ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟରେ ବସିଥିଲେ ପ୍ରତିଯୋଗୀ ନରେନ୍ଦ୍ର କୁମାର । ଉତ୍ତର ପ୍ରଦେଶର ମଥୁରାରେ ରହୁଥିବା ନରେନ୍ଦ୍ର କୁମାର  ପେଶାରେ  ଜଣେ ପୋଲିସ କନଷ୍ଟେବଳ । ଏହି ସୋ’ ରେ ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମ୍ପର୍କିତ ଏମିତି ଏକ ପ୍ରଶ୍ନ ପଚରାଗଲା ଯାହାର ଭୁଲ ଉତ୍ତର ଦେଇ ଗୋଟେ ବଡ଼ ଧନରାଶି ପାଇବାରୁ ବାଦ ପଡ଼ିଲେ ଏବଂ କମ ଟଙ୍କା ନେଇ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଲା ।

୬ ଲକ୍ଷ ୪୦ ହଜାର ଟଙ୍କା ପାଇଁ ଖେଳୁଥିବା ବେଳେ ଅମିତାଭ ବଚ୍ଚନ ତାଙ୍କୁ ପ୍ରଶ୍ନ ପଚାରିଲେ,- ୧୭ତମ ଲୋକସଭାର ଏମାନଙ୍କ ମଧ୍ୟରୁ କେଉଁ ସଦସ୍ୟ ଜାପାନୀ ମାର୍ସଲ ଆର୍ଟ ‘ଆଇକିଡୋ’ର ଜଣେ ବ୍ଲାକ ବେଲ୍ଟ ଧାରକ? ଏଥିପାଇଁ ତାଙ୍କ ସାମ୍ନାରେ ଅପସନ୍ ରଖାଗଲା- A- ଗୌତମ ଗମ୍ଭୀର B- ରାହୁଲ ଗାନ୍ଧି C- ଅନୁରାଗ ଠାକୁର D- ତେଜସ୍ୱୀ ସୂର୍ଯ୍ୟ  ।

ନରେନ୍ଦ୍ର ଏହି ପ୍ରଶ୍ନର ଉତ୍ତରରେ D- ତେଜସ୍ୱୀ ସୂର୍ଯ୍ୟକୁ ବାଛିଲେ ଯାହାକି ଭୁଲ ଉତ୍ତର ଥିଲା । ଏବଂ ଏହାର ସଠିକ ଉତ୍ତର B- ରାହୁଲ ଗାନ୍ଧି ଥିଲା । ଏଠି ଆମେ ଆପଣଙ୍କୁ କହିରଖୁଛୁ ଯେ ରାହୁଲ ଗାନ୍ଧି ଜାପାନୀ ମାର୍ସଲ ଆର୍ଟ ‘ଆଇକିଡୋ’ ରେ ବ୍ଲାକ ବେଲ୍ଟ ପାଇବା ସହ ୧୭ତମ ଲୋକସଭା ନିର୍ବାଚନରେ ମଧ୍ୟ କେରଳର ୱାୟନାଡ ସିଟରୁ ଲୋକସଭା ସାଂସଦ ହୋଇଛନ୍ତି ।

ଏମିତିରେ ଭୁଲ ଉତ୍ତର ଦେବା ଫଳରେ ନରେନ୍ଦ୍ର ୬ ଲକ୍ଷ ୪୦ ହଜାର ଟଙ୍କାରୁ ଖସି ୩ ଲକ୍ଷ ୨୦ ହଜାର ଟଙ୍କା ଜିତିଥିଲେ ।  ଏଠି ଘଟଣାରେ ସବୁଠୁ ରୋମାଞ୍ଚକର କଥା ହେଉଛି ତେଜସ୍ୱୀଙ୍କ ପ୍ରତିକ୍ରିୟା । ତେଜସ୍ୱୀ ସୂର୍ଯ୍ୟ ବେଙ୍ଗାଲୁରୁର ବିଜେପି ସାଂସଦ।

ଏଥିରେ ତେଜସ୍ୱୀ ଟ୍ୱିଟ୍ କରି କହିଛନ୍ତି ଯେ, ‘ଭାଇ ମୁଁ ଆପଣଙ୍କ ପରିସ୍ଥିତି ପାଇଁ ଖୁବ ଦୁଃଖିତ, ମୋ ପାଖରେ ଆଜି ଯଦି ‘ଆଇକିଡୋ’ ର ବ୍ଲାକ ବେଲ୍ଟ ଥାନ୍ତା ତେବେ ଆପଣ ଆଜି ଜଣେ ଧନୀ ବ୍ୟକ୍ତି ହୋଇଥାନ୍ତେ । ’

ରାହୁଲ ଗାନ୍ଧିଙ୍କ କଥା ଯଦି ଆମେ କହିବା ତାହେଲେ ଏହା ପୂର୍ବରୁ ତାଙ୍କ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ଗୋଟେ କାର୍ଯ୍ୟକ୍ରମରେ ବକ୍ସର ବିଜେନ୍ଦର ସିଂହ ରାହୁଲ ଗାନ୍ଧିଙ୍କୁ ତାଙ୍କ ଖେଳ ପ୍ରତି ରୁଚି ବାବଦରେ ପଚାରିଥିଲେ । ରାହୁଲ ଗାନ୍ଧି କହିଥିଲେ ଯେ ସେ ‘ଆଇକିଡୋ’ ରେ ବ୍ଲାକ ବେଲ୍ଟ ପାଇଛନ୍ତି । ')}

Leave a Reply