ନୂଆ କୃଷି ଆଇନରେ ଯାହା ଅଛି, ତାହା ସଂସଦରେ ଉପସ୍ଥାପନ ହେଉନି: ମନ୍ତ୍ରୀ

1 min read
Food Supplies Minister Statement In Assembly Over Paddy Procurement

ଭୁବନେଶ୍ୱର: ଉସୁନା ଚାଉଳ କିଣିବା ନେଇ କେନ୍ଦ୍ର ସରକାରଙ୍କୁ ସମବାୟ ସଚିବ ଗତ ସପ୍ତାହ ଭେଟିଥିଲେ । କେନ୍ଦ୍ର ସରକାର ଆଗାମୀ ସପ୍ତାହ ଭିତରେ ସବୁ ରାଜ୍ୟଙ୍କ ସହ ଆଲୋଚନା କରିବେ କହିଥିଲେ । ସକରାତ୍ମକ ଆଲୋଚନା ହୋଇଛି । ପାଉଣା କିଛି ନା କିଛି ଦେବେ । ଅପେକ୍ଷା କରିଛୁ, ନ ପାଇଲେ ଲଢେଇ କରିବୁ । ଆମ ଡାଟାବେସ୍  ଅନୁସାରେ ସେମାନେ ମାନିବା କଥା ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଛନ୍ତି ।

Content Of New Farm Law Not Presented In Parliament Says Odisha Food And Supply Minister

ଓଡ଼ିଶାର ସ୍ୱାର୍ଥ ଆଗ । ବିଜେପି ଆନ୍ଦୋଳନର ବାସ୍ତବତା କିଛି ନାହିଁ, ରାଜନୀତି କରୁଛନ୍ତି । ଭାରତରେ ସେ ଆଉ ବିଶ୍ୱାସଭାଜନ ନୁହଁନ୍ତି । ନୂଆ କୃଷି ଆଇନରେ ଯାହା ଅଛି, ତାହା ସଂସଦରେ ଉପସ୍ଥାପନ ହେଉନି । ମଣ୍ଡି ଅଛି, MSP ଅଛି କହୁଛନ୍ତି କିନ୍ତୁ ନାହିଁ । ତେଣୁ ବିଶ୍ୱାସକୁ ଆସୁ ନାହାନ୍ତି । ଦେଖେଇ ହେଉଛନ୍ତି ଯେ ଚାଷୀଙ୍କ ସହ ଅଛନ୍ତି । ସେମାନେ ଢୋଙ୍ଗି. ଦୋମୁହାଁ ନୀତି ସେମାନଙ୍କର । ଆଜି ଯାଏ ଆମେ ୫୨ ଲକ୍ଷ ୬୩ ହଜାର ଧାନ ଉଠାଇ ଟଙ୍କା ଦେଇ ସାରିଲୁଣି । ଆମେ ୨୧ ପ୍ରତିଶତ ଆଗରେ ଅଛୁ ଗତ ବର୍ଷ ତୁଳନାରେ । ପ୍ରକୃତ ଚାଷୀଙ୍କ ଧାନ ଉଠାଇଛୁ ଓ ଉଠେଇବୁ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।

Leave a Reply