ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା: ୭ ଦିନ ଯାଏଁ ଜାରି ରହିବ ସର୍ଭେ

ଭୁବନେଶ୍ୱର: ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳରୁ ହଟିଲା କଣ୍ଟେନ୍‌ମେଣ୍ଟ କଟକଣା । ୭ ଦିନ ଧରି ଘର ଘର ବୁଲି ସର୍ଭେ କରିବା ପରେ ଘୋଷଣା କଲେ ଭୁବନେଶ୍ୱର ମ୍ୟୁନସିପାଲଟି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସମ୍ପୃକ୍ତ ଅଞ୍ଚରେ ୪ ରାଉଣ୍ଡ ସର୍ଭେ କରାଯାଇଥିଲା । ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲା ।

Health workers act as foot soldiers, go door to door to trace ...

ରିପୋର୍ଟ ଆଧାରରେ ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କରିଛି ବିଏମ୍‌ସି । ତେବେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପୁଣି ଘରକୁ ଘର ବୁଲି ସର୍ଭେ କରାଯିବ । କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ପରେ ଏହି ଅଞ୍ଚଳର ଲୋକଙ୍କୁ ବାହାରକୁ ଯିବା ଓ ଏଥିମଧ୍ୟକୁ ପ୍ରବେଶ କରିବା ଉପରେ କଟକଣା ଲଗାଯାଇଥିଲା । ସମ୍ପୃକ୍ତ ଅଞ୍ଚଳକୁ ଡିସ୍‌ଇନ୍‌ଫେକସନ୍‌ କରାଯିବା ପରେ ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ସର୍ଭେ କରିଥିଲେ ।

ସୂଚନା ଯୋଗ୍ୟ ଯେ, ୬୭ ନମ୍ୱର ଓ୍ୱାର୍ଡର କପିଳପ୍ରସାଦ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଥିଲା ପ୍ରଶାସନ । ଏବଂ ଓ୍ୱାର୍ଡ ନମ୍ୱର ୬୪ର ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ ସିଲ୍ କରାଯାଇଥିଲା ।

ସୁନ୍ଦରପଦା ମ୍ୟୁନସିପାଲଟି ହସ୍ପିଟାଲର କାଳୁଆଶୁଣି ମନ୍ଦିରରୁ ଟାଟା ପ୍ରଜେକ୍ଟ ଯାଏ ସିଲ୍ କରାଯାଇଛି । ସେହିପରି ସରକନ୍ତରା ନୂଆ କଲର୍ଭଟ ଯାଏ ଓ ଟାଟା ପ୍ରୋଜେକ୍ଟରୁ ସରକନ୍ତରା ନୂଆ କଲର୍ଭଟ ଯାଏ ପୂରା ଅଞ୍ଚଳକୁ ସିଲ୍‌ କରାଯାଇଥିଲା ।

Leave a Reply