ଭିସୁଟରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ସମ୍ବଲପୁର: ଭିସୁଟରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ । ସମସ୍ତ ଛାତ୍ରବାସ ଓ ଛାତ୍ରୀ ନିବାସରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ । କରୋନା ପଜିଟିଭ୍ ହୋଇଥିବା ସମସ୍ତ ରିପୋର୍ଟ ଭୁଲ୍ ଥିବା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟରୁ କଣ୍ଟେନମେଣ୍ଟ ଜୋନ୍ ହଟାଯିବା ସହିତ ଛାତ୍ରାବାସ ମୁଖ୍ୟ ଫାଟକରେ ଲାଗିଥିବା ବାଉଁଶ ବ୍ୟାରିକେଡକୁ ଖୋଲା ଯାଇଛି ।
ଗତ କିଛିଦିନ ତଳେ ଭିସୁଟରୁ ପ୍ରାୟ ୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ତୁରନ୍ତ ଭିସୁଟର ୧୧ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ସହିତ ଗୋଟିଏ ଛାତ୍ରାବାସ ଓ ତାହାର ଆଖପାଖ ଅଞ୍ଚଳକୁ ବଫରଜୋନ ଘୋଷଣା କରାଯାଇଥିଲା । ରିପୋର୍ଟ ଭୁଲ୍ ଥିବା ଜଣାପଡ଼ିବା ପରେ କଣ୍ଟେନମେଣ୍ଟ ଜୋନ୍ ହଟିଛି । ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପୁନଃ ବିଶ୍ୱବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି ।