spot_img

Latest Posts

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥଗିତ ରହିଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ସ୍ଥଗିତ ରହିଲା ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ। ରଥ ନିର୍ମାଣ ସ୍ଥଗିତ ରଖିବାକୁ ଠାକୁର ମାହାଲକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କରୋନା କଟକଣା ଥିବାରୁ ରଥ ନିର୍ମାଣକୁ ସ୍ଥଗିତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଗତ ଶନିବାର ନୀଳଗିରି ବିଧାୟକ ସୁକାନ୍ତ ନାୟକ ରଥ ନିର୍ମାଣ ଖର୍ଚ୍ଚକୁ ଅଯଥା ଖର୍ଚ୍ଚ ବୋଲି ଦର୍ଶାଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ।

ସେ ରଥ ନିର୍ମାଣ ବନ୍ଦ ରଖିବାକୁ କହିଥିଲେ। ଫଳରେ ରଥ ନିର୍ମାଣ ସ୍ଥଗିତ ରଖିବାକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଫୋନ୍‌ ଯୋଗେ ନୀଳଗିରି ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବିଧାୟକ ସୁକାନ୍ତ ନାୟକଙ୍କୁ ଜଗନ୍ନାଥପ୍ରେମୀ ଏ ଯୁଗର କଳାପାହାଡ଼ ବୋଲି କହିବା ସହିତ ତାଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ।

ତେବେ ପୁରୀ ସିଂହଦ୍ୱାର ଥାନାରେ ଶ୍ରୀଜଗନ୍ନାଥ ସେନା ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ଏତଲା ଦାୟର ଦେଇଥିଲେ। ବିଧାୟକ ସୁକାନ୍ତ ନାୟକ ବିବାଦରେ ଫସିଥିବା ବେଳେ ତାଙ୍କ ନିରବତା ମଧ୍ୟ ସମସ୍ତଙ୍କୁ ଚକିତ କରିଛି।

Latest Posts

Don't Miss