spot_img

Latest Posts

ଭଦ୍ରକରେ ଆଜିଠୁ ଆରମ୍ଭ ହେବ ଗୃହ ନିର୍ମାଣ କାର୍ଯ୍ୟ, ସକାଳ ୬ରୁ ସଂଧ୍ୟା ୬ ଯାଏଁ ଖୋଲା ରହିବ ଦୋକାନ

ଭଦ୍ରକ: ଭଦ୍ରକରେ ଆଜିଠୁ ଆରମ୍ଭ ହେବ ଘର ନିର୍ମାଣ କାମ । ରଡ୍‌, ସିମେଣ୍ଟ, ଇଟା, ବାଲି ବିକ୍ରି କରିପାରିବେ ଦୋକାନୀ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ତେବେ ବାସୁଦେବପୁର, ଚାନ୍ଦବାଲି, ଧାମନଗର ପୌରାଞ୍ଚଳରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବ୍ୟବସାୟ କରିପାରିବେ । ସେପଟେ ଏସି, କମ୍ପ୍ୟୁଟର, ଇଲେକ୍‌ଟ୍ରି, ପାଣି ପାଇପ ମେକାନିକ୍‌ ଘରକୁ ଘର ବୁଲି କାମ କରିପାରିବେ ।

ସେପଟେ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲା ହୋଇଛି କରୋନା ହଟ୍‌ସ୍ପଟ୍‌ । ୨୧ ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଓ ୩୨ ପଞ୍ଚାୟତକୁ ସର୍ଭେଲାନ୍‌ସ ଜୋନ୍‌ ଭାବେ ଚିହ୍ନଟ କରି କୋଲକାତା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି।

ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖି ସେମାନଙ୍କ ନମୁନା ସଂଗ୍ରହ କରାଯାଉଛି। ସ୍ୱାସ୍ଥ୍ୟାବସ୍ଥା ସ୍ଥିତି ଅନୁଧ୍ୟାନ ପାଇଁ ଆକାଶରେ ଡ୍ରୋନ୍‌ କ୍ୟାମେରା ବୁଲାଯିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ର କିଛି ଅଞ୍ଚଳରେ ଗତକାଲି ସାନିଟାଇଜେସନ୍‌ କରାଯାଇଥିଲା ।

ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

 

Latest Posts

Don't Miss