spot_img

Latest Posts

ଜଗତସିଂହପୁରରେ ଅଧାରେ ଅଟକିଛି କେନ୍ଦ୍ରୀୟ ସ୍କୁଲ ନିର୍ମାଣ କାମ

ଜଗତସିଂହପୁର: ସାମ୍ନାକୁ ଆସିଲା କେନ୍ଦ୍ର ସରକାରଙ୍କ ଶିକ୍ଷାବିଭାଗର ଦାୟିତ୍ଵହୀନତା। ଜଗତସିଂହପୁରରେ ଅଧାରେ ଅଟକିଛି କେନ୍ଦ୍ରୀୟ ସ୍କୁଲ ନିର୍ମାଣ କାମ। ମନ୍ଥର ଗତିରେ ଚାଲିଛି ଗୃହ ନିର୍ମାଣ। ଅସ୍ଥାୟୀ ଭାବେ ଏକ ସରକାରୀ ହାଇସ୍କୁଲରେ, କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚାଲିଛି ପାଠପଢା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

ସରକାରୀ ସ୍କୁଲ୍ ରେ ସ୍ଥାନାଭାବ ଥିବା ବେଳେ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏଠାରେ ପାଠପଢାଇବା କଷ୍ଟକର ହୋଇପଡିଛି ବୋଲି କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। କେବେ ନିର୍ମାଣ ହେବ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ କୋଠା ତାକୁ ନେଇ ସନ୍ଦେହରେ ଅବିଭାବକ ଓ ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ବିଦ୍ୟାଳୟରେ ପାଠ ପଢୁଛନ୍ତି ୪୫୦ ଜଣ ଛାତ୍ରଛାତ୍ରୀ।

ସେପଟେ କିନ୍ତୁ ତରିକୁନ୍ଦ ହାଇସ୍କୁଲ ଭିତରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଠ ପଢିବା ପାଇଁ ଶ୍ରେଣୀ ଗୃହ ଅକ୍ତିଆର କରି ରଖିଛନ୍ତି। ଏହାଦ୍ୱାରା ତରିକୁନ୍ଦ ହାଇସ୍କୁଲର ପିଲାମାନେ ପାଠପଢିବା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ତରିକୁନ୍ଦ ହାଇସ୍କୁଲର କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଆସନ୍ତା ଏକମାସ ମଧ୍ୟରେ ତରିକୁନ୍ଦ ହାଇସ୍କୁଲ ପରିସରରୁ କେନ୍ଦ୍ରୀୟ ବିଦ୍ୟାଳୟକୁ ଯଦି ଅଲଗା କରାନଯାଏ ତାହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ।

Latest Posts

Don't Miss