ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ-୨
1 min readଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ଲୋକଙ୍କ ବିକାଶକୁ ମିଳିବ ଗତି। ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ-୨। ପ୍ରଗତି ପଥରେ ଆହୁରି ଆଗକୁ ବଢିବ ଦକ୍ଷିଣ ଓଡ଼ିଶା। ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଯୋଡିବ ଜୟପୁର ସହ । ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଖର୍ଚ୍ଚ ହେବ ୭ହଜାର କୋଟି ଟଙ୍କା । ଏଥିରେ ଯୋଡି ହେବ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା।
ପ୍ରଗତି ପଥରେ ଆହୁରି ଆଗକୁ ବଢିବ ଦକ୍ଷିଣ ଓଡ଼ିଶା। ବ୍ରହ୍ମପୁରକୁ ଜୟପୁର ସହ ଯୋଡ଼ିବ ୩୦୫ କିମି ବିଶିଷ୍ଟ ସୁଦୀର୍ଘ 'ବିଜୁ ଏକ୍ସପ୍ରେସ୍ ୱେ-୨'। ଲୋକଙ୍କ ସୁବିଧା ପାଇଁ ₹ ୭,୦୦୦ କୋଟି ବ୍ୟୟରେ ଏହାକୁ ରାଜ୍ଯର ଏକ ପ୍ରମୁଖ ଅର୍ଥନୈତିକ କରିଡର ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି। #BijuExpressWay #Odisha pic.twitter.com/dsgEM5r7As
— CMO Odisha (@CMO_Odisha) May 24, 2023
ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ଆସିବ ଆହୁରି ପରିବର୍ତ୍ତନ। ରାଜ୍ଯର ଏକ ପ୍ରମୁଖ ଅର୍ଥନୈତିକ କରିଡର ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ସହ ଭିଡିଓ ପୋଷ୍ଟ କରି ସୂଚନା ଦିଆଯାଇଛି।