ଖରାପ ଆଚରଣ ପାଇଁ ୩ କନେଷ୍ଟବଳ ନିଲମ୍ବିତ

1 min read

କର୍ତ୍ତବ୍ୟରେ ଅବହେଳା ଓ ଖରାପ ଆଚରଣ ପାଇଁ ପୁରୀ ଏସ୍ପି ତିନିଜଣ କନଷ୍ଟେବଳ ଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନ ସମୟ ମଧ୍ୟରେ ଏହି ତିନିଜଣ ଆର୍‌ଆଇ ଙ୍କ ନଜର ରେ ରହିବେ । ସୂଚନାନୁଯାୟୀ ଟୁରିଷ୍ଟ ଫାଣ୍ଡିରେ ନିୟୋଜିତ C/782 ସଞ୍ଜୟ ମହାନ୍ତି, C/847 ଶିଶିର କୁମାର ମୁର୍ମୁ, C/92 ନିରଞ୍ଜନ ମଲ୍ଲିକ ଫାଣ୍ଡିରେ ବସି ମଦ୍ୟପାନ କରୁଥିବା ଖବର ଏସ୍ପି ଉମାଶଙ୍କର ଦାଶ ଙ୍କ ପାଖରେ ପହଞ୍ଚିଥିଲା । ଏନେଇ ଏସ୍ପି ସହରାଞ୍ଚଳ ଡିଏସ୍ପି ଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଡିଏସ୍ପି କ୍ଷୀରସାଗର ନାୟକ ଘଟଣାର ତଦନ୍ତ କରିବା ସମୟରେ ଖବରର ସତ୍ୟତା ପଦାକୁ ଆସିଥିଲା । ସଞ୍ଜୟ, ଶିଶିର ଓ ନିରଞ୍ଜନ ଉଭୟେ ଫାଣ୍ଡିରେ ବସି ମଦ୍ୟପାନ କରୁଥିଲେ । ତେବେ ତିନିଜଣଙ୍କୁ ଡାକ୍ତରୀ ମାଇନା ପରେ ପୋଲିସ ବିଭାଗର ଶୃଙ୍ଖଳା ଭଙ୍ଗ ପାଇଁ ତିନିଜଣଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ')}

Leave a Reply