ମନୀଷ ଦାସ ମୃତ୍ୟୁ ମାମଲା, ହୋଟଲକୁ ଲିଜ୍‌ରେ ନେଇ ଚଲାଉଥିବା କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

ଭୁବନେଶ୍ୱର: ଭୁବନେଶ୍ୱର ମନୀଷ ଦାସ ମୃତ୍ୟୁ ମାମଲାରେ ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ। କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ। ଭୁବନେଶ୍ୱର କମିଶନରେଟ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ଅଛନ୍ତି ପ୍ରସନ୍ନ। ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ପ୍ରସନ୍ନଙ୍କୁ ସସପେଣ୍ଡ କରିଛନ୍ତି। ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲ୍ଲଘଂନ କରି ବାର ଓ ଡାନ୍ସ ବାର ଚଳାଇବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପ୍ରସନ୍ନ ସାଉଥ ସିଟି ହୋଟେଲକୁ ଲିଜରେ ନେଇ ଚଳାଉଥିଲେ। ମନୀଷ ଓ ତାଙ୍କ ସାଙ୍ଗମାନେ ଏହି ହୋଟେଲରେ ମଉଜ କରିବା ପରେ ୩୫ ହଜାର ଟଙ୍କାର ବିଲକୁ ନେଇ ବଚସା ଏବଂ ପରେ ମର୍ଡର ହୋଇଥିବା ଅଭିଯୋଗ ହୋଇଥିଲା ।

ତେବେ କରୋନା କଟକଣା ଥିବା ବେଳେ, ରାତି ୪ଟା ଯାଏଁ କିଭଳି ହୋଟେଲ ଖୋଲିଥିଲା ? କିଏ ଦେଉଥିଲା ଏହି ହୋଟେଲକୁ ସୁରକ୍ଷା ? ମାମଲାରେ ତିନି ଦିନିଆ ରିମାଣ୍ଡରେ ଆଣି ଅଭିଯୁକ୍ତୁଙ୍କୁ ଜେରା କରିଛି । କିନ୍ତୁ କ୍ରାଇମ ସିଣ୍ଡିକେଟ ନିକଟରେ ପହଁଚି ପାରିନାହିଁ । ଆବଶ୍ୟକ ସ୍ଥଳେ ପୁଣି ସେମାନଙ୍କୁ ରିମାଣ୍ଡରେ ଆଣି ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି ଡିସିପି।

Leave a Reply