‘ହତ୍ୟା ଧମକ ଦେଉଛନ୍ତି ଆପ୍ ମନ୍ତ୍ରୀ’: ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପୁଣି ଛିଠି ଲେଖିଲା ମହାଠକ ସୁକେଶର

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପୁଣି ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର । ଆମ ଆଦମୀ ପାର୍ଟିର ମନ୍ତ୍ରୀ ବାରମ୍ବାର ହତ୍ୟା ଧମକ ଦେଉଛନ୍ତି ବୋଲି ଚିଠି ଲେଖିଛି ସୁକେଶ। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲ୍‌ରେ ରହିଛି ସୁକେଶ । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୧୦ କୋଟି ଟଙ୍କା ଦେଥିବା ଓ ଆପ୍ ପାର୍ଟି ଫଣ୍ଡକୁ ୫୦କୋଟି ଟଙ୍କା ଦେଇଥିବା ଅଭିଯୋଗ ଆଣି ଏଲଜିଙ୍କୁ ପୂର୍ବରୁ ଚିଠି ଲେଖିଥିଲା ସୁକେଶ । ଏବେ ତା’ ଜୀବନ ବିପଦ ଅଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛି। ସତ୍ୟେନ୍ଦ୍ର ଜୈନ ଓ ତିହାର ଜେଲର ପୂର୍ବତନ ଡିଜି ଗୋୟଲ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ୩ ପୃଷ୍ଠା ବିଶିଷ୍ଟ ଚିଠିରେ ସୁକେଶ ସୁକେଶ ନିଜ ସୁରକ୍ଷାକୁ ନେଇ ଅପିଲ କରିଛି। ଏଥିସହ ପୂରା ମାମଲାର ଯାଞ୍ଚ ସିବିଆଇ କରୁ ବୋଲି ସେ ଦାବି କରିଛି ।