ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ ବେଳେ କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ଅଭିଯୋଗ

କଳାହାଣ୍ଡି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଳାହାଣ୍ଡି ଗସ୍ତକୁ କଂଗ୍ରେସ କର୍ମୀଙ୍କ ବିରୋଧ । କଂଗ୍ରେସ କର୍ମୀଙ୍କ କଳାପତାକା ପ୍ରଦର୍ଶନ ବେଳେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆଗି କଳାହାଣ୍ଡି ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଶ୍ରୀକୃଷ୍ଣ ନଗର ଅଞ୍ଚଳରେ ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବଙ୍କ ନେତୃତ୍ବରେ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ । ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇବା ସହ ସେମାନଙ୍କୁ ଅଟକ ରଖିଥିଲେ । ଏହି ସମୟରେ ପୋଲିସ କଂଗ୍ରେମ କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।