କଂଗ୍ରେସର ଭବିଷ୍ୟତ ପାଇଁ ରଣନୀତି ପ୍ରସ୍ତୁତ କରିବ ଅହମଦାବାଦ ଅଧିବେଶନ: ଫୋକସରେ ଏହି ୬ଟି ଦିଗ
1 min read
କଂଗ୍ରେସର ଦୁଇ ଦିବସୀୟ ଅହମଦାବାଦ ଅଧିବେଶନ ପାର୍ଟିର ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବ । ନିର୍ବାଚନରେ ପରାଜୟ ପରେ ଦଳର ସଂଗଠନରେ ସୁଧାର ଓ ନିର୍ବାଚନ ପାଇଁ ନୂଆ ରାଜନୈତିକ ଏଜେଣ୍ଡା ଉପରେ ଦଳ ଧ୍ୟାନକ୍ରେଦିତ କରିବ । ଏହି ଅଧିବେଶନରେ ସାମାଜିକ ନ୍ୟାୟ, ରୋଜଗାର, ଆର୍ଥିକ ନୀତି ପରି ପ୍ରସଙ୍ଗ ସ୍ଥାନ ପାଇବ । ବିଜେପିକୁ ଚ୍ୟାଲେଞ୍ଜ ଦେବା ପାଇଁ ଦଳ ଏକ ମଜବୁତ ରଣନୀତି ପ୍ରସ୍ତୁତ କରିବ । ଲୋକସଭା ନିର୍ବାଚନର ଫଳାଫଳ ଦଳ ପାଇଁ ସଞ୍ଜିବନୀ ସାଜିଥିବା ବେଳେ ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀରେ ପରାଜୟ ଦଳକୁ ବ୍ୟାକଫୁଟକ ଠେଲି ଦେଇଥିଲା ।
(୧)- ଅଧିବେଶନର ପ୍ରଥମ ଦିନେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ସ୍ମାରକରେ କଂଗ୍ରେସ, ଓ୍ବାର୍କିଂ କମିଟି ବା ସିଡବ୍ଲ୍ୟୁସିର ବୈଠକ ହେବ । ସେଥିରେ ସାରା ଦେଶର ୨୬୨ କଂଗ୍ରେସ ନେତା ଜିତିଥିଲେ । ଦ୍ବିତୀୟ ଦିନରେ ସାବରମତୀ ରିଭରଷ୍ଟ୍ରଟ ଓ କଂଗ୍ରେସ CWCର ସଦସ୍ୟଙ୍କ ବ୍ୟତୀତ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ, କଂଗ୍ରେସ ଶାଳିତ ପ୍ରଦେଶମାନଙ୍କର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା ସାମିଲ ହେବେ ।
(୨) ଦଳରେ ଅଧିକାଂଶ ପଦାଧିକାରୀ ପୁରୁଣା ହୋଇଗଲେଣି, ତେଣୁ ଏଥିରେ କଂଗ୍ରେସ ସଂଗଠନରେ ନୂଆ ଲୋକଙ୍କୁ ଯୋଡ଼ାଯିବ । କଂଗ୍ରେସ ଯେପରି କିଛି ମାସ ମଧ୍ୟରେ ବିହାରରେ ନିଜର ସଂଗଠନକୁ ମଜବୁତ କରିଥିଲା, ଅନୁରୂପ ଭାବେ ସାରା ଦେଶରେ ଏହାକୁ ଲାଗୁ କରାଯିବ । ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଅଣାଯାଇପାରେ ।
(୩) ଏହି ଦୁଇ ଦିନିଆ ଅଧିବେଶନରେ କଂଗ୍ରେସ ନିଜର ଭବିଷ୍ୟତର ନୀତି ନିର୍ଦ୍ଧାରଣ କରିବ । କେଉଁ ପ୍ରସଙ୍ଗରେ ଦଳ ସରକାରଙ୍କୁ ଘେରିବ ଓ କେଉଁ ଏଜେଣ୍ଡାରେ ଆଗକୁ ବଢ଼ିବ, ତାହା ଅଧିବେଶନ ପରେ ସ୍ପଷ୍ଟ ହୋଇଯିବ ।
(୪) ଦେଶରେ ଜାତିଗତ ଜନଗଣନା, ସଂରକ୍ଷଣ ଓ ୫୦ ପ୍ରତିଶତ ଲିମିଟକୁ ବୃଦ୍ଧି ପରି ପ୍ରସଙ୍ଗକୁ ନେଇ କଂଗ୍ରେସ ଚାଲୁଛି । ଦଳିତ, ଓବିସି ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଭୋଟ ହାତେଇବା ପାଇଁ ଦଳ ଏଜେଣ୍ଡା ପ୍ରସ୍ତୁତ କରିପାରେ ।
(୫) ୨୦୧୯ ଅପେକ୍ଷା ୨୦୨୪ରେ କଂଗ୍ରେସକୁ ଦୁଇଗୁଣା ସିଟ୍ ଜିତିବାର ସୁଯୋଗ ମିଳିଥିଲା । ମାତ୍ର ପରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ଦୁର୍ବଳ ରହିଥିଲା । ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ, ୨୦୨୬ରେ ହେବାକୁ ଥିବା ପଶ୍ଚିମ ବଙ୍ଗ, ଅସମ, କେରଳ, ତାମିଲନାଡ଼ୁ ଓ ପଡ଼ୁଚେରୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହି ବୈଠକ ବେଶ୍ ଗୁରୁତ୍ବ ବହନ କରୁଛି ।
(୬) ୪ ମାସ ପୂର୍ବରୁ କଂଗ୍ରେସ ବେଲଗାବୀରେ ନିଜର କାର୍ଯ୍ୟସମିତି ବୈଠକ ଆୟୋଜନ କରିଥିଲା । କଂଗ୍ରେସ ନେତା ବ୍ୟକ୍ତିଗତ ଭାବେ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କାମ ଓ ଓ ପ୍ରତି କଥାକୁ ବିରୋଧ ବଦଳରେ ଲୋକଙ୍କ ସହ ଯୋଡ଼ି ହେବାକୁ ଆଲୋଚନା କରୁଛନ୍ତି । ନିର୍ବାଚନୀ ମୈଦାନରେ ବିଜେପିର ମୁକାବିଲା କେଉଁ ରଣନୀତିରେ କରାଯିବ, ତା ଉପରେ ଅଧିବେଶନରେ ଫୋକସ କରାଯିବ ।