ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିବ କଂଗ୍ରେସ, ରାଜୀବ ଦୋଷୀଙ୍କୁ ମୁକ୍ତ ଅଗ୍ରହଣୀୟ କହିଲା ଦଳ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ତାତିଲା କଂଗ୍ରେସ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ୬ ଦୋଷୀ ଖଲାସ ଘଟଣାରେ ଉତକ୍ଷିପ୍ତ କଂଗ୍ରେସ । ଦୋଷୀମାନଙ୍କ ମୁକ୍ତି ବିରୋଧରେ କଂଗ୍ରେସ ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ ହେବ ବୋଲି ଦଳ ସୂଚନା ଦେଇଛି । ଦୋଷୀମାନଙ୍କୁ ମୁ୍କ୍ତ କରିବା ଦୁର୍ଭାଗ୍ୟଜନକ ଓ ଅଗ୍ରହଣୀୟ ବୋଲି ଦଳ କହିଛି ।

ଗତ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏନେଇ ଏକ ପିଟିସନ ଦାୟର ହୋଇଥିବାବେଳେ ଆଜି କଂଗ୍ରେସ ଏହି ସୂଚନା ଦେଇଛି । ଯଥେଷ୍ଟ ତଥା ଉପଯୁକ୍ତ ଶୁଣାଣି ବିନା ଦୋଷୀମାନଙ୍କୁ ଖଲାସ କରାଯାଇଛି ବୋଲି କେନ୍ଦ୍ର ସରକାର ଦର୍ଶାଇଥିଲେ । ରାଜୀବ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶକୁ ହ୍ରାସ କରି ଆଜୀବନ କାରାଦଣ୍ଡାଦେଶ ଲାଗି ସୋନିଆ ଗାନ୍ଧୀ ସେତେବେଳେ ଦର୍ଶାଇଥିଲେ ।

ଏହାସହ ଜଣେ ଅଭିଯୁକ୍ତଙ୍କୁ ଦେଖା କରି ତାଙ୍କୁ କ୍ଷମା ଦେବା ଲାଗି କହିଥିଲେ ପ୍ରିୟଙ୍କା ଗାନ୍ଧୀ ।