ଆଜିଠୁ କଂଗ୍ରେସର ଭାରତ ଯୋଡ ଅଭିଯାନ, ଦେଶକୁ ଯୋଡ଼ିବା ପାଇଁ କଂଗ୍ରେସ କରିବ ବଡ଼ ଜନ ସମ୍ପର୍କ ପଦଯାତ୍ରା

1 min read

ନୂଆଦିଲ୍ଲୀ: ଆଜିଠୁ କଂଗ୍ରେସର ଭାରତ ଯୋଡ଼ ଅଭିଯାନ । ଦେଶରେ ବିପଦରେ ରହିଛି ଗଣତନ୍ତ୍ର, ଅଭିବ୍ୟକ୍ତ ସ୍ୱାଧୀନତା ମଧ୍ୟ କ୍ଷୂର୍ଣ୍ଣ ରହିଛି । ସାମାଜିକ ନ୍ୟାୟ, ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ଏକ ଗୁରୁତର ଆହ୍ୱାନ ସୃଷ୍ଟି ହୋଇଛି । ଜାତି, ଭାଷା, ଧର୍ମ ଓ ଖାଦ୍ୟ ଆଧାରରେ ଲୋକଙ୍କ ଭିତରେ ବେଭେଦ ସୃଷ୍ଟି ହେଉଛି । ଏନେଇ ସମଗ୍ର ଦେଶକୁ ଯୋଡ଼ିବା ପାଇଁ ଆଜିଠୁ ଭାରତ ଯୋଡ଼ ଅଭିଯାନ କରିବ କଂଗ୍ରେସ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟାରେ ଘାଇଲା ଜନତା । ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଲୋକଙ୍କୁ ସଚେତନ କରାଇବା ସହ ସମସ୍ୟା ଶୁଣିବ ଦଳ ।

କନ୍ୟାକୁମାରୀରୁ ଏହି ଅଭିଯାନ ଆରମ୍ଭ କରିବେ ରାହୁଲ ଗାନ୍ଧୀ । ବଡ଼ ଜନ ସଂପର୍କ ପଦଯାତ୍ରାରେ ବାହାରି ଲୋକଙ୍କ ନିକଟରେ ପହଞ୍ଚିବ ଦଳ । ୧୨ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ପଦଯାତ୍ରା ଯିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୫୦୦ କିଲୋମିଟର ଅତିକ୍ରମ କରାଯିବ । ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ସାମିଲ ହେବେ । ଏହି ପଦଯାତ୍ରା ଭାରତ ଯୋଡ଼ ଡଟ୍ ଇନ୍ ଓ୍ବେବସାଇଟରେ live telecast ହେବ । ଓଡ଼ିଶାରେ ମଧ୍ୟ ପଦଯାତ୍ରା ହେବ । ୧୦୦ ପ୍ରତିନିଧି ଓଡ଼ିଶା କଂଗ୍ରେସରୁ ପଦଯାତ୍ରାରେ ସାମିଲ ହେବେ । ଓଡ଼ିଶାରୁ ପାଣି ଓ ମାଟି ନେଇ ଭାରତ ଯୋଡ ଅଭିଯାନରେ ସାମିଲ ହେବେ କଂଗ୍ରେସ ନେତା ଓ କର୍ମୀ ।