ଉତ୍ତରପ୍ରଦେଶ ନିର୍ବାଚନ; ୪୦% ମହିଳାଙ୍କୁ ଟିକେଟ୍ ଦେବ କଂଗ୍ରେସ

ଲକ୍ଷ୍ନୗେ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ଟିଭ୍ ମୋଡରେ କଂଗ୍ରେସ। ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ କଂଗ୍ରେସ ଟିକେଟ ଦେବ ବୋଲି ଘୋଷଣା କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହାସହ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ନୂଆ ନାରା ଦେଇଛି କଂଗ୍ରେସ । ‘ଲଡ୍‌କୀ ହୁଁ, ଲଡ୍‌ ସକତୀ ହୁଁ ।

ଲକ୍ଷ୍ନୌରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଯୋଗଦେଇ ଏହି ଘୋଷଣା କରିଛନ୍ତି । କଂଗ୍ରେସର ଏହି ଘୋଷଣା ଉତ୍ତରପ୍ରଦେଶର ସମସ୍ତ ମହିଳାଙ୍କ ପାଇଁ କରାଯାଇଛି। ରାଜନୀତିରେ ପରିବର୍ତ୍ତନ ଆଣିବାକୁ ହେଲେ ସଂଘର୍ଷ ଜରୁରୀ । ମହିଳାମାନେ ନିଜ ସୁରକ୍ଷା ନିଜେ କରିବା ଦରକାର । ମହିଳା ସଶକ୍ତୀକରଣ ଓ ଦେଶକୁ ଆଗକୁ ବଢ଼ାଇବାକୁ ହେଲେ ମହିଳାଙ୍କୁ ଆଗକୁ ଆସିବାକୁ ପଡ଼ିବ ବୋଲି ପ୍ରିୟଙ୍କା କହିଛନ୍ତି ।

ୟୁପିରେ ଏବେ କେବଳ ଘୃଣାର ପ୍ରଚାର ପ୍ରସାର ଚାଲିଛି । ବେସାହାରା ହୋଇପଡିଛି ଆମ ଆଦମୀ । ଏସବୁ ପରିସ୍ଥିତିରୁ ଉଦ୍ଧାର ପାଇଁ ମହିଳାଙ୍କୁ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆହ୍ବାନ ଦେଇଛନ୍ତି। ନିର୍ବାଚନ ପାଇଁ ଆଗୁଆ ପାଗ ଭିଡି ଦଳୀୟ କର୍ମୀଙ୍କ ମନରେ ଜୋସ୍ ଭରିଛନ୍ତି ପ୍ରିୟଙ୍କା । ସେପଟେ ବିଜେପି ଏହାକୁ ହାଲୁକା ଭାବେ ନେଇଛି ।

Leave a Reply