ଦ୍ଵନ୍ଦ୍ବରେ କଂଗ୍ରେସର ଟିକେଟ୍‌ ତାଲିକା

1 min read

ଭୁବନେଶ୍ବର: କଂଗ୍ରେସରେ ଟିକେଟ୍‌ ଦ୍ଵନ୍ଦ୍ବ । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ୬୦ଟି ଟିକେଟ୍‌ ଫାଇନାଲ କରିସାରିଥିବା ଦଳର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି l କଂଗ୍ରେସ ଏକ୍‌ ହୋଇ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି ତାରା l ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଜିଲ୍ଲାସ୍ତରରୁ ପ୍ରାର୍ଥୀ ତାଲିକା ସଂଗ୍ରହ କରାଯାଇଛି । ତାଲିକା ଚୂଡ଼ାନ୍ତ ହୋଇନାହିଁ । ଶୀଘ୍ର ଦିଲ୍ଲୀ ପଠାଯିବ ବୋଲି ପିସିସି ସଭାପତି କହିଛନ୍ତି l ଯାହାକୁ ନେଇ କଂଗ୍ରେସ ଶିବିରରେ ସୃଷ୍ଟି ହୋଇଛି ହଲଚଲ୍‌ ।

ଦ୍ଵନ୍ଦ୍ବରେ କଂଗ୍ରେସର ଟିକେଟ୍‌ ତାଲିକା । କଥାରେ ରହୁନାହିଁ ତାଳମେଳ । ତାରା କହିଲେ, ବଣ୍ଟା ସରିଛି ୬୦ ଟିକେଟ୍‌ । ଶରତ କହିଲେ, ଜିଲ୍ଲାସ୍ତରରୁ ମଗାଯାଇଛି ତାଲିକା । ୨୪ ପାଇଁ କଂଗ୍ରେସର ଟିକେଟ୍‌ ଚୂଡ଼ାନ୍ତ ବୋଲି ଦଳର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ୬୦ଟି ଆସନ ପାଇଁ ଟିକେଟ୍‌ ଫାଇନାଲ କରିଛି ଦଳ । ପିସିସି ପ୍ରଭାରୀ ସଂଗଠନ ନେଇ ମାନସମନ୍ଥନ କରିବାର ୪୮ଘଣ୍ଟା ପରେ ବାହିନୀପତି ଏହି ସୂଚନା ଦେଇଛନ୍ତି । ତାରାଙ୍କ ଆଗୁଆ ଟିକେଟ୍‌ ସୂଚନା କଂଗ୍ରେସ ରାଜନୀତିକୁ ଉଷ୍ମ କରିଛି । ସେହିପରି କୋରାପୁଟ ସାଂସଦଙ୍କ ସହ ଆଉ ତାଙ୍କର କଳି ନାହିଁ ବୋଲି ତାରା କହିଛନ୍ତି ।

ସେପଟେ କଂଗ୍ରେସରୁ କିଏ ଟିକେଟ ପାଇବେ, ତାହା ଏଯାଏ ସ୍ଥିର ହୋଇନଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ସବୁ ଜିଲ୍ଲାର କଂଗ୍ରେସ ସଭାପତି ୩ରୁ ୫ ଜଣଙ୍କ ନାଁ ଦେଇଛନ୍ତି । ୧୪୭ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ତାଲିକା ଆସିଛି । ୨୧ଟି ସାଂସଦ ଆସନ ପାଇଁ ସର୍ଭେ ଚାଲିଛି । ଯଥାଶୀଘ୍ର ଦିଲ୍ଲୀକୁ ନାଁ ପଠାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ନେତାମାନେ ଟିକେଟ ବଣ୍ଟନ ନେଇ ବାରମ୍ବାର ବୟାନ ବାଜି ଜାରି ରଖିଛନ୍ତି । ଆଗୁଆ ଟିକେଟ ବଣ୍ଟନ ନେଇ ଦଳ କରୁଥିବା ଗେମ୍‌ ପ୍ଲାନ୍ କେତେ ସଫଳ ହେବ, ତା ଉପରେ ସମସ୍ତଙ୍କ ନଜର ରହିଛି।