spot_img

Latest Posts

କଣାସରେ ହଇଜା ସ୍ଥିତି ପରଖି ରାଜ୍ୟ ସରକାରକୁ ନିନ୍ଦା କଲା କଂଗ୍ରେସ

ଭୁବନେଶ୍ବର : କଣାସରେ ନିୟନ୍ତ୍ରଣ ବାହାରେ ହଇଜା। ସ୍ଥିତି ଲାଗି ସରକାର ଦାୟୀ। କଣାସରେ ହଇଜା ସ୍ଥିତି ପରଖି ରାଜ୍ୟ ସରକାରକୁ ନିନ୍ଦା କରିଛି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଯାଇଥିବା ଟିମ ସ୍ଥିତି ପରଖିଥିଲେ। ଟିମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସଙ୍କ ସହିତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ଆକ୍ରାନ୍ତଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। କଣାସର ନୂଆ ଗାଁ, ନଇକୁଳ ପାଟଣା ଆଦି ଗ୍ରସ୍ତ କରି ଆକ୍ରାନ୍ତଙ୍କୁ ଭେଟିଛନ୍ତି। ବିଶେଷ କରି ହଇଜାରେ ମୃତ୍ୟୁ ହୋଇଥିବା ୪ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ୪ ମୃତକଙ୍କ ପରିବାରକୁ ୫ ହଜାର ଲାେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ଏହାକୁ ବ୍ୟବହାର ନକରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। କଣାସରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ହଇଜା ରୋକିବାରେ ପ୍ରଶାସନ ବିଫଳ ବୋଲି ଅଭିଯୋଗ କରିଛି କଂଗ୍ରେସ ଟିମ।

Latest Posts

Don't Miss